ବ୍ରହ୍ମପୁରରେ କରୋନା କଟକଣାକୁ ଅବମାନନା କରି ଫସିଲେ ଲୋକେ: ୬୪୭ ଜଣଙ୍କ ବାଇକ୍‌ ସିଜ୍‌, ୬ଗିରଫ

ବ୍ରହ୍ମପୁର: ବ୍ରହ୍ମପୁରରେ କରୋନା କଟକଣାକୁ ଅବମାନନା କରି ଗିରଫ ହେଲେ ୬ ଜଣ । ୬୪୭ ଜଣଙ୍କ ବାଇକ୍‌ ସିଜ୍‌ କରାଯାଇଛି । ଏହା ସହ ସେମାନଙ୍କ ନାଁରେ ମାମଲା ରୁଜୁ କରିଛି ପୋଲିସ । ସେହିପରି ଆଜି ୩ ଲକ୍ଷ ୭୨ ହଜାର ୫ ଶହ ଟଙ୍କା ଜରିମାନା ଆଦାୟ କରିଛି ପୋଲିସ ବ୍ରହ୍ମପୁର ପୋଲିସ ।

fineସେପଟେ ଗଞ୍ଜାମରେ ମାସ୍କ ନ ପିନ୍ଧିଲେ ଫାଇନ ଦେବାକୁ ପଡ଼ିବ । ଘରୁ ବାହାରକୁ ବାହାରିଲେ ମୁହଁରେ ମାସ୍କ, ରୁମାଲ କିମ୍ବା ସ୍କାର୍ଫ ବାନ୍ଧିବାକୁ କଡ଼ା ନିର୍ଦ୍ଦେଶ ରହିଛି । ନଚେତ ଜରିମାନା ଗଣିବାକୁ ପଡ଼ିବ । ଜିଲ୍ଲାର ଗ୍ରାମାଞ୍ଚଳ ଓ ସହରାଞ୍ଚଳ ପାଇଁ ଜରିମାନା ପରିମାଣ ଅଲଗା ଅଲଗା ରହିଛି । ଗ୍ରାମାଞ୍ଚଳରେ ୫୦୦ ଓ ସହରାଞ୍ଚଳରେ ହଜାରେ ଟଙ୍କା ଫାଇନ୍‌ ଅଦାୟ କରାଯିବ ।

Leave A Reply

Your email address will not be published.