ଯାଜପୁର(କେନ୍ୟୁଜ): ସାରା ବିଶ୍ୱ ମହାମାରୀ କୋରୋନାକୁ ନେଇ ଜନଜୀବନ ଅତିଷ୍ଠ ହୋଇପଡ଼ିଥିବା ବେଳେ ପୋଲିସ କର୍ମଚାରୀମାନେ ନିଜ ଜୀବନକୁ ବାଜି ଲଗାଇ ଲୋକଙ୍କ ସୁରକ୍ଷା ପାଇଁ କାମ କରୁଛନ୍ତି। ଏହି ସମୟରେ ବରୀ ଥାନାର ହୋମଗାର୍ଡ ଦମୟନ୍ତୀ ସେଠୀ ବିପଦର ବନ୍ଧୁ ସାଜିଲା ଭଳି କାମ କରିଛନ୍ତି। ବରୀ ଅଞ୍ଚଳର ଜଣେ ବିବାହିତା ମହିଳା ବଜାରରେ ଅସୁସ୍ଥ ହୋଇପଡିଥିବା ଦେଖି ନିଜର ମାନବିକତା ଦେଖାଇ ତାଙ୍କୁ ସେବା ଯୋଗାଇବା ପାଇଁ ଆଗେଇ ଆସିଥିଲେ । ଏହି ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ସେହିପରି ବଡ଼ଚଣା ନିକଟ ୧୬ନଂ ଜାତୀୟ ରାଜପଥରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଖରାରେ ପଡିଥିବା ଜଣେ ପଥଚାରୀକୁ ଦେଖିଥିଲେ ଡ୍ୟୁଟି କରୁଥିବା ପୋଲିସ୍ କର୍ମଚାରୀ । ବଡ଼ଚଣା ଥାନା ଅଧିକାରୀ ଦୀପକ କୁମାର ଜେନା ସହକର୍ମୀଙ୍କ ସହ ଗାଡିରୁ ଓଲ୍ହାଇଥିଲେ। ସଂଗେ ସଂଗେ ତାଙ୍କୁ ପାଣି ପିଆଇବା ସହ ତାଙ୍କ କଥା ବୁଝିଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।