Below header

ସୁଦୂର ମହାରାଷ୍ଟ୍ରରୁ ଦୀର୍ଘ ୮ ଦିନ ସାଇକେଲ ଚଳାଇ ଯାଜପୁରରେ ପହଁଚିଛନ୍ତି ମହେଶ, ଦୁଃସାହସିକ କାମ ପାଇଁ ଏବେ ଚର୍ଚ୍ଚାରେ

ଯାଜପୁର ଟାଉନ (କେ ନ୍ୟୁଜ୍‌) : କୁହାଯାଏ ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ । ଯାହାକୁ ପ୍ରମାଣ କରିଦେଖାଇଛନ୍ତି ଯାଜପୁର ବରୀ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଭଅଁରା ଗ୍ରାମର ମହେଶ ଜେନା । କୋରୋନା ପାଇଁ ସାରା ଭାରତ ବର୍ଷରେ ଏବେ ଲକ ଡାଉନ ଚାଲିଥିବା ବେଳେ ସୁଦୂର ମହାରାଷ୍ଟ୍ରରୁ ଦୀର୍ଘ ୮ ଦିନ ସାଇକେଲ ଚଳାଇ ଯାଜପୁରରେ ପହଂଚିଛନ୍ତି ।

boyମହେଶ ଏକ ଘରୋଇ କଂପାନିରେ କାମ କରୁଥିଲେ । କୋରୋନା ପାଇଁ ହଠାତ୍ ସାରା ଦେଶରେ ଲକ ଡାଉନ ହେବା ପରେ ବାରମ୍ବାର ଘରକୁ ଆସିବା ପାଇଁ ଚେଷ୍ଟା କରି ସେ ବିଫଳ ହୋଇଥିଲେ । ପରେ ଯେମିତି ହେଉ ପଛେ ସେ ଘରକୁ ଯିବେ ବୋଲି ସଂକଳ୍ପ ନେଇଥିଲେ । ପରେ ଏକ ପୁରୁଣା ସାଇକେଲ ଯୋଗାଡ କରି ନିଜେ ବାହାରିଥିଲେ ଯାଜପୁର ଅଭିମୁଖେ । ସେ ବିଭିନ୍ନ ସ୍ଥାନରେ ରହି ଦୀର୍ଘ ୮ ଦିନ ପରେ ଯାଜପୁରରେ ପହଁଚିଥିଲେ । ଯାଜପୁରରେ ସ୍ଥାନୀୟ ବିଡିଓ ସୌରଭ ଚକ୍ରବର୍ତ୍ତୀ ତାଙ୍କୁ ଅବଦଲପୁର କ୍ୱାରେନଟାଇନ ହୋମରେ ଭର୍ତ୍ତି କରିଥିଲେ । ମହେଶଙ୍କ ଏପରି ଦୁଃସାହସିକ ପଦକ୍ଷେପ ଏବେ ସାରା ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିିଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.