କରୋନା ସଂକ୍ରମିତ ହୋଇ ଭାରତ- ଆମେରିକୀୟ ସାମ୍ବାଦିକଙ୍କ ମୃତ୍ୟୁ, ଟ୍ୱିଟର ଜରିଆରେ ଶୋକ ବ୍ୟକ୍ତ କଲେ ପିଏମ ମୋଦି

ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ କାରଣରୁ ଜଣେ ଭାରତୀୟ- ଆମେରିକୀୟ ପତ୍ରକାର ବ୍ରହ୍ମା କାଞ୍ଚି ବୋଟେଲାଙ୍କ ମୃତ୍ୟୁ ହୋଇଯାଇଛି । ତାଙ୍କ ନିଧନରେ ଭାରତ ପ୍ରଧାନ ମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଶୋକ ବ୍ୟକ୍ତ କରିଛନ୍ତି । ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ଶ୍ରୀ ମୋଦି ଶ୍ରଦ୍ଧାଞ୍ଜଳି ଜଣେଇ ଲେଖିଛନ୍ତିକି- ପତ୍ରକାର ଶ୍ରୀ ବ୍ରହ୍ମାଙ୍କ ମୃତ୍ୟୁ ଆମ ସମସ୍ତଙ୍କ ପାଇଁ ଏକ ଅତ୍ୟନ୍ତ ଦୁଖଦ ଖବର । ତାଙ୍କୁ ତାଙ୍କ ନିଷ୍ଠାପର କାମ ଓ ଭାରତ- ଆମେରିକା ମଧ୍ୟରେ ସୁସମ୍ପର୍କ ସ୍ଥାପନ ନେଇ ସବୁବେଳେ ମନେ ରଖାଯିବ । ଆମେ ତାଙ୍କ ପରିବାର ଓ ମିତ୍ରଙ୍କୁ ସମବେଦନା ଜଣାଉଛୁ ।

କହି ରଖିବା ଉଚିତ ହେବକି, ମାରାତ୍ମକ କରୋନା ଭାଇରସରେ ସଂକ୍ରମିତ ହୋଇ ସୋମବାର ସକାଳେ ହିଁ ସାମ୍ବାଦିକ କାଞ୍ଚିବୋଟଲାଙ୍କ ମୃତ୍ୟୁ ହୋଇଯାଇଛି । ସେ ବିଗତ 9 ଦିନ ଧରି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତାଙ୍କ ମୃତ୍ୟୁ ସମ୍ବାଦ ବ୍ରହ୍ମାକାଞ୍ଚି ବୋଟେଲାଙ୍କ ପୁଅ ସୁଦାମା କାଞ୍ଚିବୋଟେଲା ହିଁ ପ୍ରଥମେ ଦେଇଥିଲେ । ଗତ ମାର୍ଚ୍ଚ 23 ତାରିଖରେ ତାଙ୍କ ଠାରେ କୋଭିଡ-19ର ଲକ୍ଷଣ ମାନ ଦେଖାଦେଇଥିଲା । କିନ୍ତୁ ତାଙ୍କ ଅବସ୍ଥା ଜଟିଳ ହେବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଶ୍ୱାସ ପ୍ରଶ୍ୱାସରେ ଅସୁବିଧା ହେବାରୁ ତାଙ୍କୁ ମାର୍ଚ୍ଚ 31 ତାରିଖରୁ ଭେଣ୍ଟିଲେଟରରେ ରଖାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.