ଯାଜପୁର (କେନ୍ୟୁଜ) କରୋନା ସହ ମୁକାବିଲା କରୁଛି ଏବେ ସାରା ରାଜ୍ୟ। ଏଭଳି ଘଡିସନ୍ଧି ମୁହୂର୍ତ୍ତରେ ସରକାରଙ୍କୁ ସହାୟତା ଯୋଗାଇଦେବାକୁ ଆଗେଇ ଆସିଛନ୍ତି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ। ଏହିକ୍ରମରେ ଆଜି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ସିଂହାପୁର ପଞ୍ଚାୟତରେ ଥିବା ସମସ୍ତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠି ପାଇଁ ୨୦ହଜାର ଟଙ୍କା ସହାୟତା ପ୍ରଦାନ କରିଛନ୍ତି। ପଞ୍ଚାୟତର ଏମବିକେ ଉଷାରଣୀ ପଣ୍ଡା ଆଜି ରସୁଲପୁର ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ଉମାକାନ୍ତ ପରିଡାଙ୍କ ଜରିଆରେ ଏହି ଚେକ ପ୍ରଦାନ କରିଛନ୍ତି। ଏହି ସମୟରେ ପଞ୍ଚାୟତର ପୂର୍ବତନ ସରପଞ୍ଚ ହୃଦାନନ୍ଦ ସାହୁଙ୍କ ସମେତ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳାମାନେ ଉପସ୍ଥିତ ଥିଲେ।