Below header

କରୋନା ଭାଇରସକୁ ମାରି ଛତୁ କରିଦେଉଛନ୍ତି ସାନିଆ ମିର୍ଜା, ଦେଖନ୍ତୁ ଭାଇରଲ ଭିଡିଓ

ନିକଟରେ ଟେନିସ ତାରକା ସାନିଆ ମିର୍ଜା ଟିକ ଟିକରେ ଏକ ଭିଡ଼ିଓ ସେୟାର କରିଛନ୍ତି। ଏଥିରେ ସାନିଆ କରୋନା ଭାଇରସକୁ ମାରି ଭଗେଇ ଦେଉଥିବା ନଜର ଆସୁଛନ୍ତି। ଭିଡ଼ିଓ ସେୟାର କରି ସେ କ୍ୟାପସନ ଲେଖିଛନ୍ତି, ‘ମୁଁ ସମସ୍ତଙ୍କୁ ମାରି ତଳେ ପକେଇ ଦେଇଛି’।

@mirzasaniar##playathome I killed them all 💪🏽 🦠 ps: don’t mind the ppl walking in the background 😅

♬ original sound – Sania Mirza

ସାନିଆ ଦୁଇ ହାତରେ କରୋନା ଭାଇରସକୁ ମାରୁଥିବା ନଜର ଆସୁଛନ୍ତି। ଏହି ଭିଡ଼ିଓକୁ 4,000ରୁ ଅଧିକ ଲାଇକ ମିଳିସାରିଥିବା ବେଳେ 179 ଜଣ ଲୋକ କମେଣ୍ଟ କରିସାରିଛନ୍ତି। ତେବେ କରୋନା ଲକଡାଉନ ଯୋଗୁ ସାନିଆ ଏବେ ଘରେ ନିଜ ପରିବାର ସହ ସମୟ କଟାଉଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.