ଭୁବନେଶ୍ବର : ଲକ୍ ଡାଉନ୍ ବେଳେ ପ୍ରେମ, ପ୍ରେମୀ ଯୁଗଳଙ୍କୁ ଧରିଲା‌ ପୁଲିସ

ଭୁବନେଶ୍ବର : ଜାରି ରହିଛି ଲକ୍ ଡାଉନ୍ କଟକଣା। ଘରୁ କେହି ବାହାରି ପାରୁନାହାନ୍ତି। ଏଭଳି ଏକ ପରିସ୍ଥିତିରେ ପୋଲ ତଳେ ବସି ପ୍ରେମାଳାପ କରୁଥିବା ବେଳେ ଦୁଇ ଯୋଡ଼ା ପ୍ରେମୀଯୁଗଳଙ୍କୁ ଧରିଛି ପୋଲିସ। ମାସ୍କ ନାହିଁ କିମ୍ବା ସ‌ାମାଜିକ ଦୂରତ୍ବ ନାହିଁ। ପାଖାପାଖି ବସି ନିଜ ନିଜ ଭିତରେ ହଜି ଯାଇଥିବା ବେଳେ ଦୁଇଜଣ ଯୁବତୀ ଓ ଦୁଇଜଣ ଯୁବକ ପିସିଆର ଭ୍ୟାନ୍‌ ହାବୁଡରେ ପଡ଼ି ଯାଇଛନ୍ତି। ଉଭୟ ଯୁବତୀ ସାବାଳିକା ହୋଇଥିବାରୁ ପିଆର ବଣ୍ଡ ବଳରେ ସେମାନଙ୍କୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି। ଯୁବକ ଦ୍ବୟ କେଦାରପଲ୍ଲୀ ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଯୁବତୀ ଦ୍ବୟ ବାଲିଅନ୍ତା ଥାନା ଅଞ୍ଚଳର ବୋଲି ପୋଲିସ କହିଛି।

ସୂଚନା ମୁତାବକ, ଆଜି ରାତି ପ୍ରାୟ ସାଢ଼େ ୭ଟା ବେଳେ ଟଙ୍କପାଣି ରୋଡ୍‌ରେ ଥିବା ଏକ ପୋଲ କଡ଼ରେ ୪ଜଣ ଯୁବକ ଯୁବତୀ ଦୀର୍ଘ ସମୟ ଧରି ବସିଥିବା ନେଇ ପୁଲିସ ପାଖକୁ ଖବର ଯାଇଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଧରିଥିଲା। ତେବେ ଲକ୍ ଡାଉନ୍ ଚାଲିଥିବା ବେଳେ ବାଲିଅନ୍ତାରୁ ଟଙ୍କପା‌ଣି ପୋଲ ପର୍ଯ୍ୟନ୍ତ ଆସିବା ବେ‌ଳେ ସେମାନେ କିପରି କାହାରି ନଜ‌ରରେ ଆସିଲେ ନାହିଁ, ସେ ନେଇ ପ୍ରଶ୍ନ ଉଠିଛି। ତେବେ ଧରାପଡ଼ିବା ପରେ ପୁଲିସ ଯୁବତୀ ଦ୍ବୟଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଯୁବକ ଦ୍ବୟ ଅଟକ ଅଛନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.