ଏବେ ଲକଡାଉନ ପିରିୟଡ, ଘରେ ହିଁ ଏହି 5ଟି ଟିପ୍ସ ଫଲୋ କରି କରନ୍ତୁ ହେୟାର କଟ

ଏବେ ଦେଶରେ ଲକଡାଉନ ଯୋଗୁ ସବୁ କିଛି ବନ୍ଦ ରହିଛି। ସମସ୍ତେ ନିଜ ନିଜ ଘରେ ଅଛନ୍ତି। ଏମିତିରେ ଯଦି ଆପଣଙ୍କ କେଶ ବଢ଼ିଗଲାଣି, ତା’ ହେଲେ ଚିନ୍ତା କରନ୍ତୁ ନାହିଁ। କାରଣ, ଆପଣ ଘରେ ରହି ମଧ୍ୟ ଆପଣଙ୍କ କେଶକୁ କଟିଂ କରିପାରିବେ। ଏଥିପାଇଁ ଆଜି ଆମେ ଆପଣଙ୍କୁ କିଛି ଟିପସ କହିବାକୁ ଯାଉଛୁ। ଆସନ୍ତୁ ଜାଣିବା ସେ ବିଷୟରେ।

5

1. ଟ୍ରିମିଙ୍ଗ କରନ୍ତୁ

କେଶକୁ ଆକର୍ଷଣୀୟ ଲୁକ ଦେବା ପାଇଁ ଆପଣ ଟ୍ରିମିଙ୍ଗ କରିପାରିବେ। ଏହାଦ୍ୱାରା କେଶକୁ ଏକ ଭଲ ଶେପ ଦେଇପାରିବେ।

2. ଡ୍ରାଏ କେଶ ଉପରେ କରନ୍ତୁ କଟିଂ

ଓଦା କେଶ ବଦଳରେ ଆପଣ ଡ୍ରାଏ କେଶରେ କଟିଂ କରିପାରିବେ। ଏମିତି କଲେ ଆପଣ ନିଜ କେଶକୁ ଏକ ଷ୍ଟାଇଲିସ ଲୁକ ଦେଇପାରିବେ।

3. ବେକ ପାଖରୁ ଆରମ୍ଭ କରନ୍ତୁ

ଆପଣ ବେକ ପାଖରୁ କଟିଂ ଆରମ୍ଭ କରିବା ଉଚିତ। ଏମିତି କଲେ କେଶକୁ ଆପଣ ଠିକ ଶେପ ଦେଇପାରିବେ।

6

4. କାନ ଚାରିପାଖେ କରନ୍ତୁ ହେୟାର କଟ

ଆପଣ ବେକ ପାଖରେ ଟ୍ରିମ କରିସାରିବା ପରେ ଦୁଇ କାନ ଚାରିପାଖେ କଟିଂ ଆରମ୍ଭ କରନ୍ତୁ। ଧ୍ୟାନ ରଖିବେ, ଯେପରି ଦୁଇପଟ କାନ ପାଖରେ କଟିଂ ଏକାଭଳି ହେବା ଉଚିତ। ସାବଧାନତାର ସହ କଟିଂ କରିବେ, କାରଣ କାନ ପାଖରେ ସ୍କିନ ବହୁତ ସମ୍ବେଦନଶୀଳ ହୋଇଥାଏ।

5. କେଶକୁ କରନ୍ତୁ ଟ୍ରିମ

ଏବେ ଆପଣ ଉପର କେଶକୁ ହାଲୁକା ଟ୍ରିମ କରନ୍ତୁ। ଏହା ଆପଣଙ୍କ କେଶକୁ ଏକ ଶେପରେ ଆଣିବାରେ ସାହାଯ୍ୟ କରିବ ଏବଂ ଆକର୍ଷଣୀୟ ଲୁକ ମଧ୍ୟ ଦେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.