ମାକ୍ସ କଳାବଜାରିକୁ ରୋକିବାକୁ ଅଣ୍ଟା ଭିଡିଲେ ପାରଳାଖେମୁଣ୍ଡି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଏମିତି କଲେ ଲୋକଙ୍କୁ ସଚେତନ

ଗଜପତି: କରୋନା ଭୂତାଣୁ ସଂକ୍ରମଣରୁ ଦେଶବାସୀଙ୍କୁ ରକ୍ଷା କରିବା ପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଉଛନ୍ତି । ପ୍ରଥମେ ଜନତା କଫ୍ୟୁ ପରିବର୍ତ୍ତୀ ସମୟରେ ୨୧ଦିନ ପାଇଁ ଲକଡାଉନ୍ ଯାହାକୁ ପୂଣ୍ଣମାତ୍ରାରେ ରାଜ୍ୟ ସରକାର ସହଯୋଗ କରି ଲକଡାଉନ୍ ଅବଧିକୁ ଶେଷ ହେବା ପୂର୍ବରୁ ଏପ୍ରିଲ ୩୦ ପ୍ରର୍ଯ୍ୟନ୍ତ ଚାଲୁ ରଖିବାକୁ ନିଷ୍ପତ୍ତି ନେଇଛନ୍ତି । ସେପଟେ ମାକ୍ସ ପିନ୍ଧିବା ବାଧ୍ୟତା ମୂଳକ କରିବା ସହ ନ ମାନିଲେ ଜରିମାନାର ପ୍ରାବଧାନ କଲେ ସରକାର । ଯାହାର ବେସ ଫାଇଦା ଉଠାଇଲେ କିଛି ଲାଭଖୋର ବ୍ୟବସାୟୀ ।

ଆଦିବାସୀ ଅଧ୍ୟୁଷିତ ଗଜପତି ଜିଲ୍ଲାରେ ଏପଟେ ମାକ୍ସର ଅଭାବ ସେପଟେ ଜରିମାନାର ଭୟ ସାଧାରଣ ଜନତାଙ୍କୁ ଘାରୁଥିବା ବେଳେ ପାରଳାଖେମୁଣ୍ଡିର ସ୍ୱାସ୍ତିକ୍ ସ୍ୱୟଂ ସହାୟୀକା ଗୋଷ୍ଠୀ ଅଣ୍ଟା ଭିଡିଲେ। ଦିନକୁ ପ୍ରାୟ ୨୦୦ଗୋଟି ମାକ୍ସ ନିଜେ ତିଆରି କରି ରାଜରାସ୍ତାରେ ଷ୍ଟଲ୍ ଲଗାଇ ବିକ୍ରୟ କରିବାରେ ଆରମ୍ଭ କଲେ । ଏହି ଗୋଷ୍ଠୀର ମାଆ ମାନେ କେବଳ ଟଙ୍କା ଉପାର୍ଜନ ପାଇଁ ନୁହେଁ ଲୋକଙ୍କୁ ସଚେତନ କରିବା ସହ ସୁଲଭ ମୂଲ୍ୟରେ ମାକ୍ସ ଯୋଗାଇ କରୋନା ଭୂତାଣୁ ଯୁଦ୍ଧରେ ନିଜେ ନିଜେ ଜଣେ ଜଣେ ଯୋଦ୍ଧା ହେବା ପାଇଁ ପ୍ରୟାସ କରିଥିବା ଦେଖିବାକୁ ମିଳିଛି । ଷ୍ଟଲ ନିକଟରେ ସାମାଜିକ ଦୂରତା ରକ୍ଷା କରିବା ସହ ସାନିଟାଇଜରରେ ଗ୍ରାହକମାନଙ୍କୁ ହାତ ଧୋଇବା ମଧ୍ୟ ଶିଖାଉଛନ୍ତି ଗ୍ରୁପ୍ ମାଆ ମାନେ । ଯାହା ପାରଳାଖେମୁଣ୍ଡି ସହରରେ ଚର୍ଚ୍ଚା ସାଉଁ ଟିଛି ।

Leave A Reply

Your email address will not be published.