ଲକଡାଉନ ସ୍ଥିତିରେ ଆମାଜନର ବଡ଼ ଘୋଷଣା, ଦେବ ୭୫ ହଜାର ଲୋକଙ୍କୁ ନିଯୁକ୍ତି

କରୋନା ଭାଇରସର ପ୍ରଭାବ କେବଳ ସାଧାରଣ ଜୀବନଯାତ୍ରା ଉପରେ ନୁହେଁ ବରଂ ଚାକିରି ଉପରେ ମଧ୍ୟ ପଡ଼ିଛି। ଏଭଳି ସ୍ଥିତିରେ କିଛି ଲୋକଙ୍କ ଚାକିରି ଚାଲିଯିବା ଆଶଙ୍କା ଥିବା ବେଳେ ଆମାଜନ ବଡ଼ ନିଯୁକ୍ତି ଦେବାର ଘୋଷଣା କରିଛି। ୭୫ ହଜାର ଲୋକଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛି ଆମାଜନ। ଏହି ନିଯୁକ୍ତି ୱେୟାର ହାଉସ କମ୍ପାନୀଠାରୁ ଆରମ୍ଭ କରି ଡେଲିଭରି ଡ୍ରାଇଭର ପର୍ଯ୍ୟନ୍ତ ହେବ। ଆମାଜନର କହିବାନୁସାରେ ଲକଡାଉନ ଯୋଗୁ କମ୍ପାନୀ ଷ୍ଟାଫ ବଢ଼ାଇବାକୁ ନିଷ୍ପତ୍ତି ନେଇଛି।

Amazon is hiring over 30,000 workers in these 6 US cities

ସୋମବାର ଦିନ ଏହି ନିଯୁକ୍ତି ନେଇ ସୂଚନା ଦେବା ଅବସରରେ ଆମାଜନ କହିଛି ଯେ କରୋନା ଭାଇରସ ଯୋଗୁ ଲୋକମାନେ ଘରେ ବନ୍ଦୀ ଅଛନ୍ତି। ଫଳରେ ଅନଲାଇନ ଅର୍ଡର ଚାହିଦା ବୃଦ୍ଧି ପାଇଛି। ଲମ୍ବା ସମୟ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗିରହିବା ଆଶଙ୍କା କରି ଲୋକମାନେ ଦୋକାନରୁ ସବୁ ଜିନିଷ କିଣି ନେଉଛନ୍ତି। ଏଭଳି ପରିସ୍ଥିତିରେ ଲୋକଙ୍କ ନିକଟରେ ଆବଶ୍ୟକୀୟ ସାମଗ୍ରୀ ପହଞ୍ଚାଇବା କମ୍ପାନୀର ଦାୟିତ୍ୱ। ଏଣୁ କମ୍ପାନୀ ଅଧିକ ଲୋକଙ୍କୁ ନିଯୁକ୍ତି ଦେବାକୁ ଘୋଷଣା କରିଛି।

Amazon is hiring 5,000 remote workers this year — but there's a catch

ଡେଲିଭରି ବେଳେ କମ୍ପାନୀ ସୁରକ୍ଷାକୁ ପ୍ରାଥମିକତା ଦେବ ବୋଲି କହିଛି। ସମସ୍ତ ସାମଗ୍ରୀକୁ ସାନିଟାଇଜ କରିବା ପରେ ହିଁ ଗ୍ରାହକଙ୍କୁ ଦିଆଯିବ। ଏଥିସହ କମ୍ପାନୀ ଷ୍ଟାଫଙ୍କ ଠାରୁ ଆରମ୍ଭ କରି ଡେଲିଭରି ବୟ ସମସ୍ତଙ୍କୁ ମାସ୍କ ଓ ସାନିଟାଇଜର ବ୍ୟବହାର କରିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଥିବା ନେଇ କମ୍ପାନୀ କହିଛି।

Amzone - Home | Facebook

ତେବେ ନୂଆ କର୍ମଚାରୀଙ୍କ ପାଇଁ। କମ୍ପାନୀ ତରଫରୁ ଆକର୍ଷକ ଦରମା ଦିଆଯିବ। କମ୍ପାନୀ ପ୍ରତି ଘଣ୍ଟାରେ ୧୫ ଡଲାର ସର୍ବନିମ୍ନ ୱେଜରେ ୨ ଡଲାର ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଏହି ନିୟମ ଏପ୍ରିଲରୁ ଲାଗୁହେବ।

Leave A Reply

Your email address will not be published.