କରୋନା ମୁକାବିଲାରେ ପୁଣି ଥରେ ସହାୟତାର ହାତ ବଢ଼ାଇଲେ ବଲିଉଡ ବାଦଶାହ ଶାହରୁଖ ଖାନ, କଲେ ଏମିତି କିଛି ଦାନ….

ମାରାତ୍ମକ କରୋନା ଭାଇରସର ଦୁଃପ୍ରଭାଵ ଦିନ କୁ ଦିନ ବଢ଼ିବାରେ ଲାଗିଛି । ଏଭିତରେ କେବଳ ଭାରତରେ ମୃତ୍ୟୁ ସଂଖ୍ୟା ୩୦୦ପାର ହୋଇଥିବା ବେଳେ ଗତ ୨୪ ଘଣ୍ଟା ଭିତରେ ୯୦୫ ଟି ନୂଆ ମାମଲା ସାମ୍ନାକୁ ଆସିଛି । ଦେଶର ଏପରି ଏକ ଘଡି ସନ୍ଧି ମୁହୂର୍ତ୍ତରେ ଅନ୍ୟମାନଙ୍କ ସମେତ ସହାୟତାର ହାତ ବଲିଉଡ଼ ସେଲିବ୍ରିଟି । ବଲିଉଡ କିଙ୍ଗ ଭାବେ ଜଣା ଅଭିନେତା ଶାହରୁଖ ଖାନ ବି ନିଜ ତରଫରୁ ସହାୟତା କରି ଆସୁଛନ୍ତି । ମହାରାଷ୍ଟ୍ର ସ୍ୱାସ୍ଥ୍ୟମନ୍ତ୍ରୀ ରାଜେଶ ଟୋପେଙ୍କ ଅନୁଯାୟୀ ସରକାରଙ୍କୁ ସାହାଯ୍ୟ କରିବା ପାଇଁ ଶାହରୁଖ ୨୫ ହଜାର ପିପିଇ ବା ପର୍ଶନାଲ ପ୍ରୋଟେକ୍ସନ କିଟ ଦେଇଛନ୍ତି । ମନ୍ତ୍ରୀ ଟୋପେ ଟ୍ୱିଟର ଆକାଉଣ୍ଟରେ ଶାହରୁଖଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଶାହରୁଖ

ଖାନ ଓ ତାଙ୍କ ମିର ଫାଉଣ୍ଡେସନ ଉଦ୍ଦେଶ୍ୟରେ ମନ୍ତ୍ରୀ ଶ୍ରୀ ଟୋପେ ଲେଖିଛନ୍ତିକି, ଆପଣ ୨୫ ହଜାର ପିପିଇ ଦେଇଥିବାରୁ ଧନ୍ୟବାଦ । କରୋନା ବିରୋଧୀ ଲଢେଇରେ ଏହା ଆମକୁ ନିଶ୍ଚିତ ରୂପେ ସହାୟତା କରିବ । ଚିକିତ୍ସକଙ୍କୁ ସୁରକ୍ଷା ଯୋଗାଇବ । ମନ୍ତ୍ରୀଙ୍କ ଟ୍ୱିଟରେ ଶାହରୁଖ ରିପ୍ଲାଇ ଦେଇ ରିଟ୍ୱିଟ କରି ରିପ୍ଲାଇ ଦେଇଛନ୍ତି । ଏପରି ଦୁଃସ୍ଥିତି ସମୟରେ ଆମେ ସମସ୍ତେ ମାନବିକତାର ସହ ପ୍ରୟାସ କରିବା ଉଚିତ । କହି ରଖିବା ଉଚିତ ହେବକି, ପୂର୍ବରୁ ଶାହରୁଖ ପିଏମ କେୟାର୍ସ ଫଣ୍ଡ ଓ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ସହାୟତା କେନ୍ଦ୍ରକୁ ଆର୍ଥିକ ସହାୟତା ଦେଇଥିଲେ । ଏକ ମାସ ପର୍ଯ୍ୟନ୍ତ ମୁମ୍ବାଇର ୫,୫୦୦ ପରିବାରକୁ ଖାଦ୍ୟ ଓ ଜରୁରୀ ସାମଗ୍ରୀ ଯୋଗାଇବାକୁ ଘୋଷଣା କରିଥିଲେ ।

 

Leave A Reply

Your email address will not be published.