କଟକ: ସନ୍ତୋଳନଗରୀ ଗ୍ରାମରୁ କାଉ ଖୁମ୍ପି ଖୁମ୍ପି ଆହତ କରିଦେଇଥିବା ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର

ନିଆଳି(କେନ୍ୟୁଜ): କଟକ ସଦର ଥାନା ଅନ୍ତର୍ଗତ ସନ୍ତୋଳନଗରୀ ଗ୍ରାମରୁ ବୁଧବାର ସକାଳ ୧୦ ଟା ସମୟରେ ଏକ ବିରଳ ପ୍ରଜାତିର ଧଳା ପେଚା ଉଦ୍ଧାର କରାଯାଇଛି । ସୂଚନା ଅନୁଯାୟୀ ସନ୍ତୋଳନଗରୀ ଗ୍ରାମ ଶିବ ମନ୍ଦିର ନିକଟରେ ଦୋକାନ କରିଥିବା ରଞ୍ଜନ କୁମାର ସାହୁଙ୍କ ଦୋକାନ ପଛପଟରେ ଏକ ଧଳା ପେଚାକୁ କାଉ ଦଳ ଆକ୍ରମଣ କରୁଥିଲେ ।

owl1ଏହି ସମୟରେ ଗ୍ରାମର ସୁଜ୍ଞାନ ବେହେରା, ଅଲେଖ ପାତ୍ର, ପ୍ରଦିପ ସାହୁ , ସୁଶାନ୍ତ ଦାଶ,କାହ୍ନୁ ବେହେରା ପ୍ରମୁଖ ଦେଖି କାଉ ଆକ୍ରମଣରେ ଆହାତ ପେଚାଟିକୁ ଉଦ୍ଧାର କରି ବନ ବିଭାଗକୁ ଖବର ଦେଇଥିଲେ। ଖବରପାଇ ଘଟଣାସ୍ଥଳରେ ଫୁଲନଖରା ରେଞ୍ଜ ବନ ଅଧିକାରୀ ଅଞ୍ଜଳି ବେହେରା କର୍ମଚାରୀ ମାନଙ୍କ ସହ ପହଞ୍ଚି ଆହାତ ପେଚାଟିକୁ ଉଦ୍ଧାର କରି ଚିକିତ୍ସା ପାଇଁ ନେଇଥିଲେ। ଆହାତ ପେଚାଟି ସୁସ୍ଥ ହେବାପରେ ଜଙ୍ଗଲରେ ଛଡାଯିବ ବୋଲି ବନ ଅଧିକାରୀ କହିଛନ୍ତି

Leave A Reply

Your email address will not be published.