ବାଲେଶ୍ୱର: ଆଜି ଚି଼ହ୍ନଟ ହୋଇଥିବା ସମୁଦାୟ ୭ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ବାଲେଶ୍ୱର ଜିଲ୍ଲାର ୨ ଆକ୍ରାନ୍ତ ଅଛନ୍ତି। ସବୁଠାରୁ ଦୁଃଖର କଥା ବାଲେଶ୍ୱର ଜିଲ୍ଲାର ୨ କରୋନା ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ଦୁଇ ବର୍ଷର ଶିଶୁ କନ୍ୟା ଥିବା ଜଣାଯାଇଛି। ଉକ୍ତ ଶିଶୁ କନ୍ୟାଟି ନୀଳଗିରି ବରହମପୁର ଥାନା ଅଞ୍ଚଳର। ଏନେଇ ନୀଳଗିରି ଉପଜିଲ୍ଲାପାଳ ହରିଶଚନ୍ଦ୍ର ଜେନା ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସେ ହେଉଛନ୍ତି ରାଜ୍ୟର ସର୍ବକନିଷ୍ଠ କରୋନା ଆକ୍ରାନ୍ତ । ୧୬ ତାରିଖରେ ଝିଅଟିର ସାମ୍ପଲ ନିଆଯାଇଥିଲା । ଆଜି ରିପୋର୍ଟ ପଜିଟିଭ ଆସିଛି। ଏବେ ସଂପୃକ୍ତ ପରିବାରକୁ କ୍ୱାରେଣ୍ଟାଇନରେ ରଖାଯାଇଛି। ଏହାସହିତ ଜଣେ ୩୨ ବର୍ଷର ପୁରୁଷ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି। ଏହି ଘଟଣା ପରେ ଗାଁକୁ ନୀଳଗିରି ଉପଜିଲ୍ଲାପାଳ, ତହସିଲଦାର ପହଞ୍ଚି ଗାଁକୁ ସିଲ କରିଛନ୍ତି ।