Below header

ଅରୁଣାଚଳରେ ଲକଡାଉନ ସମୟରେ ଘରେ ଖାଇବାକୁ କିଛି ବି ନ ଥିଲା, ଶେଷରେ ଭୋଜନ ପାଇଁ ଅହିରାଜକୁ ହିଁ ମାରିଦେଲେ, ଦେଖନ୍ତୁ ଭାଇରଲ Photo

ଦେଶରେ ଏବେ ଚାରିଆଡେ କରୋନା ପ୍ରକୋପ ଦେଖିବାକୁ ମିଳୁଛି। ଦୋକାନ, ବଜାର, ରାସ୍ତାଘାଟ ସବୁ ବନ୍ଦ। ସବୁଠି ଖାଁ ଖାଁ। ତେବେ ଏହାରି ଭିତରେ ସୋସିଆଲ ମିଡିଆରେ ଏକ ଭିଡ଼ିଓ ଖୁବ ଭାଇରଲ ହେଉଛି, ଯେଉଁଥିରେ 3ଜଣ ବ୍ୟକ୍ତି ଏକ ଅହିରାଜ ସାପକୁ କାନ୍ଧରେ ଟେକି ଧରିଥିବା ଦେଖିବାକୁ ମିଳିଛି। ଭିଡ଼ିଓଟି ଅରୁଣାଚଳ ପ୍ରଦେଶର।

3ଜଣ ଏଥିରେ କହୁଛନ୍ତି, ‘ସେମାନେ ଏହି ବିଷଧର ସାପକୁ ଖାଇବା ପାଇଁ ଜଙ୍ଗଲରେ ମାରିଛନ୍ତି’। ସେମାନେ ଏହାକୁ ଭୋଜନ କରିବା ପାଇଁ ସମସ୍ତ ବ୍ୟବସ୍ଥା କରିଥିଲେ। ମାଂସକୁ ସଫା କରି ଏବଂ ଖଣ୍ଡ ଖଣ୍ଡ କରି କାଟିବା ପାଇଁ କଦଳୀ ପତ୍ର ମଧ୍ୟ ବ୍ୟବସ୍ଥା କରିଥିଲେ।

45

ଭାଇରଲ ଭିଡ଼ିଓରେ ଜଣେ ବ୍ୟକ୍ତି ଏହା କହୁଥିବାର ଶୁଣିବାକୁ ମିଳୁଛି କି, କରୋନା ଭାଇରସକୁ ନେଇ ଜାରି ହୋଇଥିବା ଲକଡାଉନ ସମୟରେ ତାଙ୍କ ପାଖରେ ଖାଇବାକୁ ଚାଉଳ ସୁଦ୍ଧା ନ ଥିଲା। ଏଥିପାଇଁ ଆମେ ଜଙ୍ଗଲକୁ ଗଲୁ ଏବଂ କିଛି ଖୋଜିବା ସମୟରେ ଆମକୁ ଏହି ଅହିରାଜ ସାପ(King Cobra) ମିଳିଥିଲା’।

ଅନ୍ୟପକ୍ଷରେ ବନ ବିଭାଗ ଅଧିକାରୀମାନଙ୍କ କହିବା ହେଲା, ଏହି 3ଜଣ ବ୍ୟକ୍ତିଙ୍କ ବିରୋଧରେ ବନ୍ୟଜୀବ ସଂରକ୍ଷଣ ଅଧିନିୟମ ଅନୁସାରେ ମାମଲା ରୁଜୁ କରାଯାଇଛି। ହେଲେ ସେମାନେ କେଉଁଆଡ଼େ ଫେରାର ହୋଇଯାଇଛନ୍ତି। କହି ରଖୁଛୁ, ଅହିରାଜ ଏକ ସଂରକ୍ଷିତ ସରୀସୃପ। ଏହାକୁ ମାରିବା ଏକ ଅପରାଧ, ଯେଉଁଥିରେ ଜାମିନ ମଧ୍ୟ ମିଳି ନ ଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.