ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କଲା ଗଜପତି ଜିଲ୍ଲାର ଶବର କଲ୍ୟାଣ ସମିତି 

ମୋହନା: କରୋନା ମହାମାରୀ ସମୟରେ ଆର୍ଥିକ ସ୍ଥିତି ସୁଦୃଢ କରିବା ସହ କୋଭିଡ-19 ସହ ଲଢେଇ ପାଇଁ ବିଭିନ୍ନ ସଂଗଠନ ଏବଂ ବ୍ୟକ୍ତି ବିଶେଷ ସରକାରୀ ପାଣ୍ଠି କୁ ଆର୍ଥିକ ଅନୁଦାନ ମାନ ପ୍ରଦାନ କରୁଛନ୍ତି। ଏକ୍ଷେତ୍ରରେ ସହାୟତାର ହାତ ବଢ଼ାଇଛନ୍ତି ଓଡିଶାର ଗଜପତି ଜ଼ିଲ୍ଲାରେ ବାସବାସ କରୁଥିବା ଆଦିବାସୀ ଶବର ସମ୍ପ୍ରଦାୟର ଜନସାଧାରଣ। କରୋନା ବିପର୍ଯ୍ୟୟ ସମୟରେ ଲୋକଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଏକ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି R.ଉଦୟଗିରି ଶବର ପଲ୍ଲୀ ଶ୍ରୀରାମପୁର ସ୍ଥିତ ଶବର କଲ୍ୟାଣ ସମିତି କାର୍ଯ୍ୟାଳୟ ଶବର ସମାଜ ଓଡିଶା ସର୍ବୋଚ୍ଚ ସଭାପତି ଝାମ୍ପୁରା ରଇତ,ସମ୍ପାଦକ କୃଷ୍ଣଚନ୍ଦ୍ର ଗମାଙ୍ଗ,ସହସମ୍ପାଦକ କର୍ଣ୍ଣରଥୀ ରଇତ, କୋଷାଧକ୍ଷ ଚିତ୍ତରଞ୍ଜନ ରଇତ, ଗଜପତି ଜ଼ିଲ୍ଲା ସଭାପତି ଦଣ୍ଡପାଣି ବଡମୁଣ୍ଡି ଏବଂ ସମ୍ପାଦକ ଅର୍ଜୁନ ରଇତ ପ୍ରମୁଖ l ରା. ଉଦୟଗିରି ବିଡ଼ିଓ ପ୍ରଦୀପ କୁମାର ନାୟକଙ୍କୁ ତାଙ୍କ କାର୍ଯ୍ୟାଳୟରେ ଏକ ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଛନ୍ତି l କରୋନା ବିପର୍ୟ୍ଯୟ ସମୟରେ କିଛି ସାହାଯ୍ୟ କରିଥିବା ରୁ ଶବର ସମାଜ ନିଜକୁ ଧନ୍ୟ ମାନେ କରୁଥିବା ନେତୃବୃନ୍ଦ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.