ଆସନ୍ତା କାଲି “ରାଷ୍ଟ୍ରୀୟ ପଞ୍ଚାୟତି ରାଜ” ଦିବସରେ ଦେଶର ସରପଞ୍ଚ ମାନଙ୍କୁ ସମ୍ବୋଧନ କରିବେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନ ମନ୍ତ୍ରୀ ମୋଦି ଆସନ୍ତା ଏପ୍ରିଲ ୨୪ ତାରିଖ “ରାଷ୍ଟ୍ରୀୟ ପଂଚାୟତି ରାଜ ଦିବସ”ରେ ଦେଶର ବିଭିନ୍ନ ଗ୍ରାମ ପଂଚାୟତର ସରପଂଚ ମାନଙ୍କୁ ସମ୍ବୋଧିତ କରିବେ ବୋଲି ଜଣାଯାଇଛି । ଏହି ସମୟରେ ସେ ସରପଂଚ ମାନଙ୍କ ସହ ବାର୍ତ୍ତାଳାପ ବି କରିବେ ବୋଲି ଜଣାଯାଇଛି । କହି ରଖିବା ଉଚିତ ହେବକି ଦେଶରେ ଲକ ଡାଉନ ପରିସ୍ଥିତି ଘୋଷିତ ହୋଇଥିବା କାରଣରୁ ସାମାଜିକ ଦୂରତା ବଜାୟ ରଖିବା ପାଇଁ ପ୍ରାୟ ସମସ୍ତ ବୈଠକ ପ୍ରଧାନମନ୍ତ୍ରୀ ମୋଦି ଭିଡିଓ କନଫରେନସିଂ ଜରିଆରେ ହିଁ ପ୍ରାୟ ସମସ୍ତ ବୈଠକରେ ଅଂଶଗ୍ରହଣ କରୁଛନ୍ତି ।

ଏବାବଦରେ ପ୍ରଧାନ ମନ୍ତ୍ରୀ ମୋଦି ନିଜ ଟ୍ୱିଟର ଆକାଉଣ୍ଟ ଜରିଆରେ ହିଁ ଏବାବଦରେ ସୂଚନା ଦେଇଥିଲେ ।  କହି ରଖିବା ଉଚିତ ହେବକି, ଆସନ୍ତା ଏପ୍ରିଲ ୨୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଭିଡିଓ କନଫରେନସିଂରେ e- GramSwaraj ପୋର୍ଟାଲ ଓ ଏକ ମୋବାଇଲ ଆପ ବି ଲଂଚ କରାଯିବାର କାର୍ଯ୍ୟକ୍ରମ ରହିଛି । ଏସବୁ ବାଦ ସ୍ୱମୀତ୍ୱ ଯୋଜନା ବି ଲଞ୍ଚ କରାଯିବ । ଯେଉଁଥିରେ ଗ୍ରାମୀଣ କ୍ଷେତ୍ର ଗୁଡିକର ବିକାଶ ସମ୍ବନ୍ଧୀୟ ସୂଚନା ମିଳିପାରିବ ।

ସୂଚନା ଦେବା ଯୋଗ୍ୟକି, ପ୍ରଧାନ ମନ୍ତ୍ରୀ ମୋଦି ଆସନ୍ତା ଏପ୍ରିଲ ୨୭ ତାରିଖରେ ଦେଶର ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ ମାନଙ୍କ ସହ ଭିଡିଓ କନଫରେନସିଂ ଜରିଆରେ ବାର୍ତ୍ତାଳାପ କରିବାକୁ ଯାଉଛନ୍ତି । ଏହି ବାର୍ତ୍ତାଳାପ ଦେଶରେ ଜାରି ହୋଇଥିବା ଲକ ଡାଉନ ପରିସ୍ଥିତିକୁ ନେଇ ଆଲୋଚନା କରାଯିବ ବୋଲି କହାଯାଉଛି ।

 

Leave A Reply

Your email address will not be published.