ସାମ୍ବାଦିକଙ୍କ ପାଇଁ ନବୀନ ସରକାରଙ୍କ ବଡ଼ ଘୋଷଣା, କରୋନାରେ ମୃତ୍ୟୁ ହେଲେ ମିଳିବ ୧୫ ଲକ୍ଷ ଟଙ୍କା

ସାରା ଦେଶ ଏବେ କରୋନା ସହ ଲଢ଼ୁଥିବା ବେଳେ ଲୋକଙ୍କ ନିକଟରେ ପ୍ରତି ମୁହୂର୍ତ୍ତର ଖବର ପହଞ୍ଚାଉଛନ୍ତି ସାମ୍ବାଦିକ। ନିଜ ଜୀବନକୁ ବିପଦରେ ପକାଇ ସେମାନେ ଦିନରାତି ବାହାରେ ଖଟୁଛନ୍ତି। ସାମ୍ବାଦିକଙ୍କ ଏହି ନିଷ୍ଠାକୁ ଦେଖି ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି। କରୋନାରେ ସଂକମିତ ହୋଇ ଯଦି କୌଣସି ସାମ୍ବାଦିକଙ୍କ ମୃତ୍ୟୁ ଘଟେ ତେବେ ସେମାନଙ୍କ ପରିବାରକୁ ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ରାଶି ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ।

ବର୍ତ୍ତମାନର କଠିନ ସମୟରେ ସାମ୍ବାଦିକମାନେ ଜାଗ୍ରତ ପ୍ରହରୀ ସାଜି ପ୍ରତି ମୁହୂର୍ତ୍ତର ଅପଡେଟ୍ ଲୋକଙ୍କ ନିକଟରେ ପହଞ୍ଚାଉଛନ୍ତି। ଏଣୁ ତାଙ୍କ କାମକୁ ପ୍ରଶଂସା କରିବା ସହ ସେମାନଙ୍କ ପାଇଁ ଏଭଳି ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ରାଜ୍ୟ ସରକାରଙ୍କ ଏଭଳି ଘୋଷଣାକୁ ସାମ୍ବାଦିକମାନେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.