ପାକିସ୍ତାନର ଏହି ମହିଳା କ୍ରିକେଟର ଆନ୍ତର୍ଜାତିକ କ୍ରିକେଟରୁ ନେଲେ ସନ୍ନ୍ୟାସ, 2009ରୁ 2017 ପର୍ଯ୍ୟନ୍ତ ତୁଲାଇଥିଲେ ଅଧିନାୟକତ୍ୱ ପଦ

ପାକିସ୍ତାନର ମହିଳା କ୍ରିକେଟର ତଥା ପୂର୍ବତନ କ୍ୟାପଟେନ ସନା ମିର ଆନ୍ତର୍ଜାତିକ କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ସେ ପାକିସ୍ତାନ କ୍ରିକେଟକୁ ନିଜର 15 ବର୍ଷର ଶ୍ରମ ଦେଇଛନ୍ତି। କହି ରଖୁଛୁ, 2009ରୁ 2017 ପର୍ଯ୍ୟନ୍ତ ସନା ପାକିସ୍ତାନ ମହିଳା ଟିମର କ୍ୟାପଟେନ ଭାର ତୁଲାଇଥିଲେ। ସେ ପାକିସ୍ତାନର ପ୍ରଥମ ମହିଳା କ୍ରିକେଟର, ଯିଏକି ୱାନ ଡେ’ରେ ବୋଲିଂ କରି 100 ଉଇକେଟ ହାସଲ କରିଛନ୍ତି। 120 ୱାନ ଡେ’ରୁ 151ଟି ଉଇକେଟ ନେବାରେ ଏବେ ବି ତାଙ୍କର ନାଁ ରହିଛି। ସେ 2005ରେ ପାକିସ୍ତାନ ପାଇଁ ଡେବ୍ୟୁ କରିଥିଲେ।

ନିଜ ଅବସର ଘୋଷଣାକୁ ନେଇ ସନା ଟୁଇଟ କରି ଲେଖିଛନ୍ତି, ‘ମୁଁ ସମସ୍ତ ସହଯୋଗୀ ଷ୍ଟାଫ, ଖେଳାଳି, ଫିଲଡ ଷ୍ଟାଫ ଏବଂ ପଛରୁ ସହଯୋଗ କରିଥିବା ସମସ୍ତଙ୍କୁ ଧନ୍ୟବାଦ ଜଣାଉଛି। ମୁଁ ମୋ ପରିବାର ଏବଂ ମୋ ପାଇଁ ଭଲ ଭାବୁଥିବା ଲୋକଙ୍କୁ ମଧ୍ୟ ଧନ୍ୟବାଦ ଦେବାକୁ ଚାହୁଁଛି, ଯେଉଁମାନେ ବିନା ସର୍ତ୍ତରେ ମୋତେ ସହଯୋଗ କରିଛନ୍ତି ଓ ପାକିସ୍ତାନ ତରଫରୁ ଖେଳିବାର ସ୍ୱପ୍ନ ପୂରା କରିଛନ୍ତି’।

ଆଇସିସି ମଧ୍ୟ ସନାଙ୍କ ସନ୍ନ୍ୟାସ ନେବା ଖବର ଟୁଇଟର ମାଧ୍ୟମରେ ସେୟାର କରିଛି। ସେପଟେ ପୂର୍ବତନ କ୍ରିକେଟରମାନେ ପାକିସ୍ତାନର ଏହି ଷ୍ଟାର ମହିଳା ଖେଳାଳିଙ୍କୁ ତାଙ୍କ ସଫଳ କ୍ୟାରିୟର ପାଇଁ ଧନ୍ୟବାଦ ଜଣାଇଛନ୍ତି। ଏହାସହ ପାକିସ୍ତାନର ଜଣାଶୁଣା ସ୍ପୋର୍ଟସ ଆଙ୍କର ଜେନବ ଅବାସ ବି ଟୁଇଟ କରି ଲେଖିଛନ୍ତି, ‘ପାକିସ୍ତାନର ପ୍ରଥମ ମହିଳା କ୍ରିକେଟର, ଯାହାଙ୍କୁ ମହାନ କୁହାଯିବ। ପାକିସ୍ତାନର ରୋଲ ମଡେଲ, ଆପଣ ବିଶ୍ୱର ଲକ୍ଷ ଲକ୍ଷ ମହିଳାଙ୍କୁ ମୋଟିଭେଟ କରିବେ’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.