କେନ୍ୟୁଜ(ବ୍ୟୁରୋ):ପୁଣି ଖୁସି ଖବର। ରାଉରକେଲାର ଦୁଇ ଆକ୍ରାନ୍ତ ହେଲେ ସୁସ୍ଥ, ସୁସ୍ଥ ସଂଖ୍ୟା ପହଁଚିଲା ୪୧ରେ। ଟ୍ୱିଟ କରି ସୂଚନା ଦେଲା ସ୍ୱାସ୍ଥ୍ୟ ବିଭାଗ ଆଜି ସେମାନଙ୍କର ନମୂନା ପରୀକ୍ଷା କରାଯାଇଥିଲା। କିନ୍ତୁ ତାହା ନେଗେଟିଭ ଆସିଛି ।
Two #COVID19 cases from Rourkela have recovered.
Number of COVID-19 recovered cases in #Odisha now stand at 41. #OdishaFightsCorona— H & FW Dept Odisha (@HFWOdisha) April 30, 2020
କିଛି ସମୟ ପୂର୍ବରୁ ଯାଜପୁର ଜିଲ୍ଲାରୁ ଆଉ ୧୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏମାନେ ସମସ୍ତେ ଗୋଟିଏ ଜାଗାର । କଟକଟା ଅଞ୍ଚଳରୁ ଏ ସମସ୍ତଙ୍କୁ ଚିହ୍ନଟ କରାଯାଇଛି । ପୂର୍ବରୁ ଏଠାରୁ ୬ ଜଣ ଚିହ୍ନଟ ହୋଇଥିଲେ । ଏହା ପରେ ସେହି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ କରି ଦିଆଯାଇଥିଲା । ଦଶରଥପୁର ବ୍ଲକ୍ର ଏହି ଅଞ୍ଚଳରେ ୨୬୯ଟି ପରିବାର ରହୁଛନ୍ତି ବୋଲି ସ୍ୱାସ୍ଥ୍ୟ ସଚିବ ସଞ୍ଜୟ ସିଂହ ସୂଚନା ଦେଇଛନ୍ତି । । ସେହିପରି ଗୋଟିଏ ଅଞ୍ଚଳରୁ ପଜେଟିଭ୍ ଚିହ୍ନଟ ହେବାରେ ମଧ୍ୟ କଟିକଟା ସର୍ବାଧିକ । ସମସ୍ତେ କୋଲକାତା ଫେରନ୍ତାଙ୍କ ଠାରୁ ସଂକ୍ରମିତ ହୋଇଛନ୍ତି ।ଏହି ନୂଆ ୧୪ ଜଣ ଚିହ୍ନଟ ହେବା ପରେ ସେମାନଙ୍କୁ କୋଭିଡ୍ ହସପିଟାଲକୁ ଚିକିତ୍ସା ପାଇଁ ନିଆଯାଉଛି ବୋଲି ଜିଲ୍ଲାପାଳ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି ।
ଏହି ୧୪ ଜଣ ଚିହ୍ନଟ ହେବା ପରେ ରାଜ୍ୟରେ ମୋଟ୍ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪୨ ହୋଇଛି । କେବଳ ଯାଜପୁରରେ ଆକ୍ରାନ୍ତଙ୍କ ସଂଖ୍ୟା ୩୬ରେ ପହଞ୍ଚିଛି । ଯାହା ଖୋର୍ଦ୍ଧା ଜିଲ୍ଲା ପରେ ସର୍ବାଧିକ । ସ୍ଥାନୀୟ ସରପଞ୍ଚଙ୍କ ସୂଚନା ଏବଂ କଣ୍ଟେନମେଣ୍ଟରେ ବ୍ୟାପକ ଟେଷ୍ଟିଂ ଯୋଗୁଁ ଆକ୍ରାନ୍ତଙ୍କୁ ଚିହନଟ କରାଯାଇ ପାରିଛି ବୋଲି ସଞ୍ଜୟ ସିଂହ କହିଛନ୍ତି । ଯାହା ସରକାରଙ୍କ ପ୍ରସ୍ତୁତି ଯୋଗୁଁ ସମ୍ଭବ ହୋଇଛି ।