ବିଧାନସଭାରେ ଚାରା ଦୁର୍ନୀତି ତାତି, ଗୃହ ପୁଣି ମୁଲତବୀ

ଭୁବନେଶ୍ବର (କେନ୍ୟୁଜ୍) : ବିଧାନସଭାରେ ଚାରା ଦୁର୍ନୀତି ତାତି । ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ବିଧାନସଭାର ପ୍ରଶ୍ନକାଳ ଚାଲିପାରିନଥିଲା । ଗୃହ ଆରମ୍ଭରେ ପୂର୍ବତନ ମନ୍ତ୍ରୀ ତଥା ସ୍ୱାଧୀନତା ସଂଗ୍ରାମୀ ଦୋଳଗୋବିନ୍ଦ ପ୍ରଧାନଙ୍କ ପରଲୋକରେ ଶୋକ ପ୍ରସ୍ତାବ ଆଗତ କରାଯାଇଥିଲା। ଏହାପରେ ପ୍ରଶ୍ନକାଳ ଆରମ୍ଭ ହେବା କ୍ଷଣି ଉଭୟ କଂଗ୍ରେସ ଓ ବିଜେପି ସଦସ୍ୟମାନେ ହଟ୍ଟଗୋଳ କରିଥିଲେ। ଚାରା ଘୋଟାଲାର CBI ତଦନ୍ତ ଦାବିରେ ବିରୋଧୀ ସଦସ୍ୟମାନେ ଗୃହର ମଧ୍ୟଭାଗକୁ ଆସିଥିଲେ। ଫଳରେ ବାଚସ୍ପତି ଗୃହ କାର‌୍ୟ୍ୟ ଦିନ ୧୧ଟା ୩୦ ଯାଏ ମୁଲତବୀ କରି ଥିଲେ। ଏହାପରେ ଶୂନ୍ୟକାଳରେ ଚାରା ଦୁର୍ନୀତି ପ୍ରସଙ୍ଗରେ ଆଲୋଚନା କରାଯାଇଥିଲା। ଏବେ ଗୃହକୁ ୩ଟା ୨୦ ପର‌୍ୟ୍ୟନ୍ତ ମୁଲତବୀ ରଖାଯାଇଛି। ଗୃହରେ ଏଭଳି ହଟ୍ଟଗୋଳ ଘଟଣାକୁ ନିନ୍ଦା କହିଛନ୍ତି ବିଜେଡି ମୁଖପାତ୍ର ସମୀର ଦାଶ।

Leave A Reply

Your email address will not be published.