ମୁଦ୍ରା ବିନିମୟ ସମୟରେ ଧ୍ୟାନ ରଖନ୍ତୁ ଏହି କଥା, ନଚେତ୍ ଖାଇପାରନ୍ତି ଧୋକା

ନୂଆଦିଲ୍ଲୀ : ଅଧିକାଂଶ ଭାରତୀୟ ନାଗରୀକଙ୍କୁ କରେନ୍ସି ଏକ୍ସଚେଞ୍ଜ ବା ମୁଦ୍ରା ବିନିମୟ ବିଷୟରେ ବହୁତ କମ ଜ୍ଞାନ ରହିଥାଏ। କିନ୍ତୁ ଯେବେ ଶିକ୍ଷା ବା ଚାକିରି ପାଇଁ ବିଦେଶ ଯିବାକୁ ପଡ଼ିଥାଏ ସେତେବେଳେ ଏହାର ମହତ୍ତ୍ବ ଜଣାପଡ଼ିଥାଏ। ପ୍ରଥମତଃ ମୁଦ୍ର ବିନିମୟ ଶୁଣିବାକୁ ଜଟିଳ ଲାଗିଥିବା ବେଳେ ତାହା ବିଷୟରେ ଜାଣିବା ପରେ ଏହା ବହୁତ ସରଳ ହୋଇଯାଇଥାଏ। ଆଜି ଆମେ ଆପଣଙ୍କୁ ଏପରି କିଛି କହିବାକୁ ଯାଉଛି ଯାହା ଦ୍ବାରା ଆପଣଙ୍କୁ କରେନ୍ସି ଏକ୍ସଚେଞ୍ଜ ବା ମୁଦ୍ରା ବିନିମୟ ସମୟରେ ଧ୍ୟାନ ଦେବା ଉଚିତ।

euro-exchange

ରିସର୍ଚ୍ଚ ରେଟ୍

କରେସି ଏକ୍ସଚେଞ୍ଜ ରେଟ୍ ସେହି ରେଟ୍ ଯେଉଁଥିରେ ମୁଦ୍ରାର ଆଦାନପ୍ରଦାନ ହୋଇଥାଏ। ଆପଣଙ୍କୁ ମୁଦ୍ରାର ଅଦାନ-ପ୍ରଦାନ କରିବା ପାଇଁ ବିକ୍ରେତାଙ୍କୁ କିଛି ଶୁକ୍ଳ ଦେବାକୁ ପଡ଼ିବ। ଖାସ କରି ଏକ୍ସଚେଞ୍ଜ ରେଟ୍ ବହୁତ ଶୀଘ୍ର ବଦଳିଥାଏ, ଏଣୁ ମୁଦ୍ରା ଅଦଳ-ବଦଳ କରିବା ପୂର୍ବରୁ ଏହି ରେଟ୍ ଉପରେ ନଜର ରଖିବା ଦରକାର। ଯଦି ହଠାତ୍ ମୁଦ୍ରାର ରେଟ୍ ବଢ଼ିଯାଇଥାଏ ତେବେ ଏହା କମ ହେବା ପର୍ଯ୍ଯନ୍ତ ଅପେକ୍ଷା କରନ୍ତୁ।

ବିମାନମନ୍ଦରରେ ମୁଦ୍ରା ବିନିମୟ କରନ୍ତୁ ନାହିଁ

ସମସ୍ତ ଏୟାରପୋର୍ଟ ବା ବିମାନବନ୍ଦରରେ ମୁଦ୍ରା ବିନିମୟ କରିବା ପାଇଁ ସୁବିଧା ରହିଛି। ଏଠାରେ ଅପଣ ବହୁତ ସହଜରେ ମୁଦ୍ରା ବିନିମୟ କରିପାରିବେ କିନ୍ତୁ ଏଥିରୁ ନିଜକୁ ଦୂରେଇ ରୁହନ୍ତି। କାରଣ ବିମାନବନ୍ଦରରେ ମୁଦ୍ରା ବିନିମୟ କରିବା ଦ୍ବାରା ସେମାନେ ଅଧିକ ସୁଧ ନେଇଥାନ୍ତି। ଏଣୁ ଯେତେ ସମ୍ଭବ ଚେଷ୍ଠା କରନ୍ତୁ କରେନ୍ସି ଏକ୍ସଚେଞ୍ଜ ବା ମୁଦ୍ରା ବିନିମୟ ବିମାନ ବନ୍ଦରରେ ନକରିବେ।

 Exchange

୩୦-୭୦ର ଅନୁପାତର କରନ୍ତୁ ପାଳନ

ସବୁବେଳେ ଯାତ୍ରା କରୁଥିବା ସମୟରେ ଯେତେ ସମ୍ଭବ କମ ଟଙ୍କା ନେବା ପାଇଁ ଚେଷ୍ଠା କରନ୍ତୁ। କେବଳ ୨୦ପ୍ରତିଶତ ଯଙ୍କା ନେଇ ହିଁ ଯାତ୍ରା କରନ୍ତୁ, ଯାହାକୁ ଆପଣ ସହଜରେ ବଦଳାଇ ପାରିବେ। ଅଦଳବଦଳ ସମୟରେ ମୁଦ୍ରା ଶୁକ୍ଳରୁ ବଞ୍ଚିବା ପାଇଁ ସବୁବେଳେ ନିଜ ସହ ଫରେନ୍ କରେନ୍ସି କାର୍ଡ଼ ନେଇ ଯାତ୍ରା କରନ୍ତୁ । ଚୋରି ଏବଂ ପକେଟମାରରୁ ବଞ୍ଚିବା ପାଇଁ ଯେତେ ସମ୍ବବ କମ ଟଙ୍କା ଧରି ଯାତ୍ରା କରନ୍ତୁ।

ଏକ୍ସଚେଞ୍ଜ ରେଟ୍ ଭିନ୍ନ ଭନ୍ନ ସ୍ଥାନରେ ଅଲଗା ଅଲଗା ରହିଥାଏ। ଏଣୁ ସମସ୍ତ ସ୍ଥାନର ରେଟ ଜାଣି ତାହାକୁ ବଦଳିବାକୁ ଚେଷ୍ଟା କରନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.