ବଢ଼ୁଥିବା ତୈଳ ଦର, ବିବାହରେ ଦମ୍ପତିଙ୍କୁ ମିଳିଲା ୫ ଲିଟର ପେଟ୍ରୋଲ ଉପହାର  

କୁଡ଼ଲୁର : ତାମିଲନାଡ଼ୁର ଏକ ବିବାହ ସମାରୋହରେ ସେଠାରେ ଉପସ୍ଥିତ ଲୋକ ଆଶ୍ଚର୍ଯ୍ଯ ହୋଇଗଲେ, ଯେତେବେଳେ ବରକୁ ତାଙ୍କ ସାଙ୍ଗ ଜଣେ ୫ଲିଟର ପେଟ୍ରୋଲ ଉପହାର ଭାବେ ଦେଇଥିଲେ। ବିବାହ ପରେ ନବଦମ୍ପତି ଅତିଥିଙ୍କୁ ଅଭିବାଦନ କରୁଥିବା ସମୟରେ ବରର ଜଣେ ସାଙ୍ଗ ୫ଲିଟର ପେଟ୍ରୋଲ ଧରି ପହଞ୍ଚିଥିଲେ। ଆସନ୍ତୁ ଜାଣିବା କଣ ରହିଥିଲା ପୁରା ଘଟଣା।

ନିଶ୍ଚିତ ପଢ଼ନ୍ତୁ: ଅଭୁତ ଶିଶୁ : ଲୋକେ କରୁଛନ୍ତି ପୂଜାର୍ଚ୍ଚନା

ବିବାହରେ ସମସ୍ତ ଅତିଥିଙ୍କ ମଧ୍ୟରେ ନବ ବିବାହିତା ଦମ୍ପତି ଉପହାର ଗ୍ରହଣ କରୁଥିଲେ। ଏହି ସମୟରେ ବରର ଜଣେ ଘନିଷ୍ଠ ବନ୍ଧୁ ଅଭିନବ ଉପହାର ସହ ସେଠାରେ ପହଞ୍ଚିଥିଲେ। ସେଠାରେ ଉପସ୍ଥିତ ଲୋକ ଏହାର ଏକ ଭିଡ଼ିଓ ପ୍ରସ୍ତୁତ କରି ମଧ୍ୟ ସୋସିଆଲ ମିଡ଼ିଆରେ ଛାଡ଼ିଥିଲେ। ଯାହା ବହୁଳ ମାତ୍ରାରେ ଶେୟାର ହୋଇଥିଲା। ସାଙ୍ଗ ଜଣଙ୍କ ନବଦମ୍ପତିଙ୍କୁ ୫ଲିଟର ପେଟ୍ରୋଲ ଉପହାର ଭାବେ ଦେଇଥିଲେ।

କାରଣ ବିଗତ କିଛି ଦିନ ହେବ ଦେଶରେ ହୁ ହୁ ବଢ଼ି ଚାଲିଛି ପେଟ୍ରୋଲ ଏବଂ ଡ଼ିଜେଲ ଦର। ଦେଶର ବିଭିନ୍ନ ସ୍ଥାନରେ ଲିଟର ପିଛା ୮୦ଟଙ୍କାରୁ ଉର୍ଦ୍ଦ୍ବ ରହିଛି ପେଟ୍ରୋଲ ମୂଲ୍ଯ। ତାମିଲନାଡ଼ୁରେ ଏବେ ୮୫.୧୫ ଟଙ୍କା ପ୍ରତି ଲିଟର ପେଟ୍ରୋଲ ବିକ୍ରି ହେଉଛି।ଏଣୁ ଏହି ସମୟରେ ଦେଖିବାକୁ ଗଲେ ସବୁଠାରୁ ମୂଲ୍ଯବାନ ଜିନିଷ ଉପହାର ଭାବେ ବ୍ଯକ୍ତି ଜଣଙ୍କ ତାଙ୍କ ସାଙ୍ଗଙ୍କୁ ଦେଇଛନ୍ତି। ଭିଡ଼ିଓଟି ଏବେ ବହୁତ ମାତ୍ରାରେ ଶେୟାର ହେବା ସହ ଭାଇରାଲ ମଧ୍ୟ ହୋଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.