ରାତି ଅଧରେ ମସାଜ୍ ପାଇଁ ରାଧିକାଙ୍କୁ ମିଳିଥିଲା ଅଫର୍ . . ଆଉ ତାପରେ କଣ ହେଲା ପଢନ୍ତୁ

ଭିନ୍ନ ଭିନ୍ନ ଚରିତ୍ରରେ ଅଭିନୟ କରି ବଲିଉଡରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଅଭିନେତ୍ରୀ ରାଧିକା ଆପ୍ତେ । ନିଜର ଦମଦାର ଅଭିନୟରେ ଦର୍ଶକ ହୃଦୟରେ ରାଜ୍ କରୁଛନ୍ତି ରାଧିକା । କିଛି ଦିନ ତଳେ ରିଲିଜ୍ ହୋଇଥିଲା ସିନେମା ଲଷ୍ଟ ଷ୍ଟୋରିଜ୍ । ଯେଉଁଥିରେ ରାଧିକାଙ୍କ ଅଭିନୟକୁ ବେଶ୍ ପସନ୍ଦ କରିଥିଲେ ଦର୍ଶକ । ଏବେ ଆଗକୁ ଆସୁଛି ଅନ୍ଧାଧୂନ୍ । ତେବେ ଅଭିନୟ ଅପେକ୍ଷା ନିଜର ବୟାନ୍ ବାଜି ପାଇଁ ସବୁବେଳେ ଚର୍ଚ୍ଚାରେ ।

radhikaନିକଟରେ କାଷ୍ଟିଂ କାଉଚକୁ ନେଇ ଏକ ବଡ ବୟାନ୍ ଦେଇଛନ୍ତି ରାଧିକା । ସୁଟିଂ ସମୟରେ କଣ ହୋଇଥିଲା ତାଙ୍କ ସହ ସେନେଇ ମୁହଁ ଖୋଲିଛନ୍ତି । ସେ ସମୟରେ ରାଧିକାଙ୍କ ବ୍ଯାକ୍ ପେନ୍ ହେଉଥିଲା । ରାଧିକାଙ୍କ ଅନୁଯାୟୀ ଲିଫ୍ଟରେ ଯିବା ସମୟରେ ଜଣେ କ୍ରୁ ମେମ୍ବର ଦେଖାହୋଇଥିଲା । ଯିଏ କି ତାଙ୍କର ଏହି ସମସ୍ଯା ଜାଣିବା ପରେ କହଥିଲା ରାତିରେ ମାଲିସ୍ ପାଇଁ ଡାକି ପାରିବ । ଏହା ଶୁଣି ଆଶ୍ଚର୍ଯ୍ଯ ହୋଇଯାଇଥିଲେ ରାଧିକା। ଆଉ ପରଦିନ ନିର୍ଦ୍ଦେଶକ ଏବଂ ପ୍ରଯୋଜକଙ୍କୁ ଏନେଇ ଅଭିଯୋଗ କରଥିଲେ ।

ଏହା ପରେ ଉକ୍ତ ବ୍ଯକ୍ତି ଜଣକ ରାଧିକାଙ୍କୁ କ୍ଷମା ମାଗିବା ସହ ଭଲରେ ବ୍ଯବହାର କରିଥିଲା । କିନ୍ତୁ ପରେ ରାଧିକା ଜାଣିବାକୁ ପାଇଥିଲେ ମାଲିସ୍ ଅଫର୍ ସେମାନଙ୍କ ପାଇଁ ସାଧାରଣ କଥା । ଆଉ ସେହି ବ୍ଯକ୍ତି ଜଣକ ସାହାଯ୍ଯ କରିବା ଉଦ୍ଦେଶ୍ଯରେ ଏହି ଅଫର୍ କରିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.