ବୁର୍ଲା ଭିମସାର ନିର୍ଦ୍ଦେଶକଙ୍କୁ ଧମକପୂର୍ଣ୍ଣ କଲ୍

ସମ୍ବଲପୁର(କେନ୍ଯୁଜ୍) : ସମ୍ବଲପୁର ବୁର୍ଲା ଭିମସାର ନିର୍ଦ୍ଦେଶକଙ୍କୁ ଧମକପୂର୍ଣ୍ଣ କଲ୍‌। ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ହତ୍ୟା ଧମକ ଦେଇଥିବା ବୁର୍ଲା ଥାନାରେ ଅଭିଯୋଗ କରିଛନ୍ତି ଭିମସାର ନିର୍ଦ୍ଦେଶକ ଅଶ୍ୱିନୀ ପୂଜାହାରୀ। ଗତ ୧୩ ତାରିଖ ଦିନ ଦୁଇଟି ନମ୍ବରରୁ କଲ୍‌ ଆସିଥିଲା। ଧମକ ଦେଇଥିବା ବ୍ୟକ୍ତି ଜଣକ ଜଣେ ରୋଗୀଙ୍କ ସମ୍ପର୍କୀୟ ବୋଲି ଜଣାପଡିଛି ।

ଗତ କିଛିଦିନ ତଳେ ଜଣେ ରୋଗୀ ଗୁରୁତର ଅବସ୍ଥାରେ ବୁର୍ଲା ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ସେ ମେଡିକାଲରେ ରହିବା ଅପେକ୍ଷା ଘରେ ରହିଲେ ଭଲ ବୋଲି ନିର୍ଦ୍ଦେଶକ ତାଙ୍କୁ ଡିସଚାର୍ଜ କରିବାକୁ କହିଥିଲେ । ଏହି କାରଣରୁ ରୋଗୀଙ୍କ ଜଣେ ସମ୍ପର୍କୀୟ ଏପରି ଧମକ ଦେଇଥିବା ସୂଚନା ଦେଇଛନ୍ତି ଅଶ୍ୱିନୀ ପୂଜାହାରୀ। ବୁର୍ଲା ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.