ଗଞ୍ଜାମ: ଚାଲି ଚାଲି ଭିଟାମାଟିକୁ ଫେରୁଛନ୍ତି ଶ୍ରମିକ। ଛତିଶଗଡ଼ ରାୟପୁରରୁ ଗଞ୍ଜାମକୁ ଚାଲି ଚାଲି ଆସିଲେ। ଭିଟାମାଟି ଛାଡି ଜୀବନ ଜୀବିକା ପାଇଁ ରାୟପୁର ଯାଇଥିଲେ । ହେଲେ ଲକ୍ଡାଉନ୍ ପରେ କମ୍ପାନୀ ବନ୍ଦ ହୋଇଯିବାରୁ ଆଉ ଘରକୁ ଫେରିପାରିନଥିଲେ। ଗାଡି ମୋଟର ବି ବନ୍ଦ ହୋଇଯାଇଥିଲା। ଅନ୍ୟ କୌଣସି ବାଟ ନପାଇ ଚାଲି ଚାଲି ଘରକୁ ଆସୁଛନ୍ତି। ୮ ଦିନ ହେଲା ଜନ୍ମମାଟି ଅଭିମୁଖେ ବାହାରିଛନ୍ତି ୬ଜଣ ଶ୍ରମିକ। ଏହା ପୂର୍ବରୁ ବି ଅନେକ ଶ୍ରମିକଙ୍କ ଚାଲି ଚାଲି ଅଥବା ସାଇକେଲରେ ନିଜ ରାଜ୍ୟକୁ ଫେରିବାର ନଜିର ରହିଛି ।