ଛତିଶଗଡ଼ରୁ ଚାଲି ଚାଲି ଜନ୍ମମାଟିକୁ ଫେରୁଛନ୍ତି ୬ଜଣ ଶ୍ରମିକ

ଗଞ୍ଜାମ: ଚାଲି ଚାଲି ଭିଟାମାଟିକୁ ଫେରୁଛନ୍ତି ଶ୍ରମିକ। ଛତିଶଗଡ଼ ରାୟପୁରରୁ ଗଞ୍ଜାମକୁ ଚାଲି ଚାଲି ଆସିଲେ। ଭିଟାମାଟି ଛାଡି ଜୀବନ ଜୀବିକା ପାଇଁ ରାୟପୁର ଯାଇଥିଲେ । ହେଲେ ଲକ୍‌ଡାଉନ୍‌ ପରେ କମ୍ପାନୀ ବନ୍ଦ ହୋଇଯିବାରୁ ଆଉ ଘରକୁ ଫେରିପାରିନଥିଲେ। ଗାଡି ମୋଟର ବି ବନ୍ଦ ହୋଇଯାଇଥିଲା।  ଅନ୍ୟ କୌଣସି ବାଟ ନପାଇ  ଚାଲି ଚାଲି ଘରକୁ ଆସୁଛନ୍ତି।  ୮ ଦିନ ହେଲା ଜନ୍ମମାଟି ଅଭିମୁଖେ ବାହାରିଛନ୍ତି ୬ଜଣ ଶ୍ରମିକ। ଏହା ପୂର୍ବରୁ ବି ଅନେକ ଶ୍ରମିକଙ୍କ ଚାଲି ଚାଲି ଅଥବା ସାଇକେଲରେ ନିଜ ରାଜ୍ୟକୁ ଫେରିବାର ନଜିର ରହିଛି ।

Leave A Reply

Your email address will not be published.