ଭିଟାମାଟି ଅଭିମୁଖେ ବାହାରିଲେ, ଅଧା ବାଟରୁ ଫେରିଲେ

ବେଙ୍ଗାଳୁରୁ: ଅଧା ରାସ୍ତାରୁ ଫେରିଲେ ପ୍ରବାସୀ ଓଡ଼ିଆ । ଘରକୁ ଫେରିବାକୁ ବସ୍‌ରେ ଷ୍ଟେସନ ଅଭିମୁଖେ ବାହାରିଥିଲେ । ହେଲେ ପୁଣି ତାଙ୍କୁ ଅଧାରୁ ତାଙ୍କୁ ଫେରାଇ ନିଆଗଲା । କାରଣ କିଛି ବାଟ ଗଲା ପରେ ଜାଣିବାକୁ ପାଇଲେ ଟ୍ରେନ୍‌ରେ ଆଉ ଜାଗା ନାହିଁ । ବେଙ୍ଗାଳୁରୁରୁ ଓଡ଼ିଶା ଆସିବା ପାଇଁ ୫ଶହରୁ ଅଧିକ ଓଡ଼ିଆ ଷ୍ଟେସନ ଅଭିମୁଖେ ଆସିଥିଲେ । ହେଲେ ଅଧାରାସ୍ତାରେ ଜାଣିବାକୁ ପାଇଲେ ଟ୍ରେନରେ ଆଉ ଜାଗା ନାହିଁ । ଫଳରେ ସେମାନଙ୍କୁ ଫେରାଇ ନିଆଯାଇଥିଲା। ଏପରି ସ୍ଥିତିରେ ବସ୍‌ରେ ଥିବା ଓଡ଼ିଆ କୁଆଡେ ଯିବେ ସେନେଇ ଚିନ୍ତାରେ । ପୋଲିସ ସେମାନଙ୍କୁ ଷ୍ଟେସନରେ ଆଣି ରଖିଛି । ଏବେ ସେମାନେ ଓଡ଼ିଶା ଫେରିବାକୁ ଜିଦ୍‌ ଧରି ବସିଛନ୍ତି।

Leave A Reply

Your email address will not be published.