ଲକଡାଉନ ହେବା ପରେ ମଧ୍ୟ ଅନେକ ଏମିତି ବ୍ୟାଙ୍କ ରହିଛି ଯାହା ଆପଣଙ୍କୁ ସ୍କିମ ସହିତ ଲୋନ ଦେବାକୁ ମଧ୍ୟ ପ୍ରସ୍ତୁତ ଅଛି। ତେବେ ଏହି କ୍ଷେତ୍ରରେ ସରକାରୀ ବ୍ୟାଙ୍କର ନାମ ପ୍ରଥମେ ମନକୁ ଆସିଥାଏ। କିନ୍ତୁ ଏହି ଏବେ ଆପଣଙ୍କୁ ସାହାଯ୍ୟ ସରକାରୀ ବ୍ୟାଙ୍କ ନୁହେଁ ବରଂ କାନାରା ବ୍ୟାଙ୍କ କରିବ। ଏହି ବ୍ୟାଙ୍କ ଆପଣଙ୍କୁ ଶସ୍ତା ଲୋନ ଦେଉଥିବା ଏକ ସ୍କିମର ଘୋଷଣା କରିଛି। ବ୍ୟାଙ୍କ ସୁନା ବଦଳରେ ଲୋନ ଦେବାର ଏକ ନୂଆ ସ୍କିମ ନେଇ ଆସିଛି ଯାହାର ନାମ ହେଉଛି ସ୍ୱର୍ଣ୍ଣ ଲୋନ।
ଶସ୍ତା ଦରରେ ମିଳିବ ଲୋନ
କାନାରା ବ୍ୟାଙ୍କ ଗ୍ରାହକଙ୍କ ପାଉ ସୁନା ବନ୍ଧା ରଖି ଋଣ ନେବାର ଏକ ଅଲଗା ବିଶେଷ କାରବାର ଆରମ୍ଭ କରିଛି। କରୋନା ଭାଇରସ ମହାମାରୀ କାରଣରୁ ଗ୍ରାହକଙ୍କ ପାଖରେ ଆର୍ଥିକ ସଙ୍କଟକୁ ଲକ୍ଷ କରି ବ୍ୟାଙ୍କ ଏହି ପଦକ୍ଷେପ ଉଠାଇଛି। ସୂଚନା ଅନୁଯାୟୀ ବ୍ୟାଙ୍କ Gold Loan ପାଇଁ ଚଳିତ ବର୍ଷ ୩୦ ଜୁନ ପର୍ଯ୍ୟନ୍ତ ଏହି ଅଭିଯାନ ଚଲାଇବ। ଏଥିରେ ଗ୍ରାହକଙ୍କୁ ପ୍ରତିବର୍ଷ ୭.୮୫ ପ୍ରତିଶତ ଆଧାରରେ ଋଣ ଦିଆଯିବ।
To #help you tide these #tryingtimes, #GoldLoans now available at reduced #InterestRate of 7.85% with #QuickDisbursement. Special #campaign until 30.06.2020. Contact your nearest #CanaraBank #branch today#ZindagiPhirSeShuru@DFS_India @syndicatebank #TogetherWeCan #banking pic.twitter.com/7pL3SdXVY2
— Canara Bank (@canarabank) May 16, 2020
ପର୍ସନାଲ ଲୋନ ପାଇଁ ଅଫର
କାନାରା ବ୍ୟାଙ୍କ ଗ୍ରାହକଙ୍କ ଆବଶ୍ୟକତାକୁ ଧ୍ୟାନରେ ରଖି ଏହି ନୂଆ ଲୋନ ସ୍କିମ ନେଇଆସିଛି। ବ୍ୟାଙ୍କ ଜଣାଇଛି ଯେ ଏହା ଜରିଆରେ ଆପଣ ଗୁରୁତ୍ୱପୂର୍ଣ୍ଣ କାମ ମେଣ୍ଟାଇପାରିବେ। ଏହି ଋଣ କ8ଚି ଖାସ ବ୍ରାଞ୍ଚରୁ ନେଇପାରିବେ। ଗ୍ରାହକଙ୍କୁ ସରମ ପେମେଣ୍ଟ ଅପ୍ସନ ସହିତ ଏହି ଋଣକୁ ବର୍ଷେ ରୁ ୩ ବର୍ଷ ଭିତରେ ଫେରାଇବାକୁ ପଡିବ।