ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି, ଅମ୍ଫାନର ପ୍ରଭାବ ଅଧିକ ରହିଲେ ବନ୍ଦ ରହିବ ରଥ ନିର୍ମାଣ କାମ

ପୁରୀ: ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି । ସମ୍ଭାବ୍ୟ ବାତ୍ୟା ଅମ୍ଫାନର ମୁକାବିଲା ପାଇଁ ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ଉପକୂଳବର୍ତ୍ତୀ ୫ଟି ବ୍ଲକରେ ବାତ୍ୟା ମୁକାବିଲା ପ୍ରସ୍ତୁତିକୁ କଡାକଡି କରାଯାଇଛି । ଜିଲ୍ଲାରେ ୮୮୫ଟି ବାତ୍ୟା ଆଶ୍ରୟସ୍ଥଳୀ ଚିହ୍ନଟ କରଯାଇ ଆବଶ୍ୟକ ସ୍ଥଳେ ଲୋକଙ୍କୁ ସ୍ଥାନାନ୍ତର କରାଯିବାର ବ୍ୟବସ୍ଥା କରାଯାଇଛି ।

ଏନଡିଆରଏଫ, ଓଡ୍ରାଫ, ଗ୍ରାମ୍ୟ ଉନ୍ନୟନ, ପୂର୍ତ୍ତ ବିଭାଗ ଓ ଅଗ୍ନିଶମ ବିଭାଗର ୧୪ଟି ଦଳ ସହ ୫୦ଟି ଉଦ୍ଧାରକାରୀ ଦଳଙ୍କୁ ଜିଲ୍ଳାରେ ମୁତୟନ କରାଯାଇଛି । ଜିଲ୍ଳାର ସମସ୍ତ ଅଧିକାରୀଙ୍କୁ ଛୁଟି ବାତିଲ କରାଯାଇ ବାତ୍ୟାର ଗିତିବିଧି ଉପରେ ନଜର ରଖିବାକୁ ପରାମର୍ଶ ଦିଆଯାଇଛି । ବାତ୍ୟାର ପ୍ରଭାବ ଅଧିକ ରହିଲେ ରଥ ନିର୍ମାଣ କାମ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.