ପ୍ରଳୟଙ୍କରୀ ରୂପ ଧାରଣ କରି ମାଡ଼ି ଆସୁଛି ମହାବାତ୍ୟା ଅମ୍ଫାନ୍, ଆସନ୍ତାକାଲି ସଂଧ୍ୟା ସୁଦ୍ଧା କରିବ ଲ୍ୟାଣ୍ଡଫଲ

ଭୁବନେଶ୍ବର: ପ୍ରଳୟଙ୍କରୀ ରୂପ ଧାରଣ କରି ସମୁଦ୍ରରେ ଆଗକୁ ବଢୁଛି ଅମ୍ଫାନ । ବର୍ତ୍ତମାନ ପାରାଦୀପଠାରୁ ୫୭୦ କିଲୋମିଟର ଦୂରରେ ରହିଛି ଅମ୍ଫାନ । ତେବେ ଦୀଘାଠାରୁ ଦକ୍ଷିଣ-ଦକ୍ଷିଣ ପଶ୍ଚିମ ଦିଗକୁ ୭୨୦ କିଲୋମିଟର ଏବଂ ବାଂଲାଦେଶ କ୍ଷେପୁପଡ଼ା ଠାରୁ ଦକ୍ଷିଣ ଦକ୍ଷିଣ-ପଶ୍ଚିମ ଦିଗକୁ ୮୪୦ କିଲୋମିଟର ଦୂରରେ ରହିଛି । ସୂଚନା ମୁତାବକ, ଗତ ୬ ଘଣ୍ଟା ଧରି ଘଣ୍ଟା ପ୍ରତି ୧୪ କିଲୋମିଟର ବେଗରେ ସ୍ଥଳଭାଗ ମୁହାଁ ହେଉଛି ମହାବାତ୍ୟା ଅମ୍ଫାନ।

cycloneଏହା ସହିତ ଆଜି ଦିନ ୧୧ଟା ୩୦ ପର୍ଯ୍ୟନ୍ତ ଏହା ମହାବାତ୍ୟା ରୂପରେ ରହିବ। ଏହି ସମୟରେ ପବନର ବେଗ ଘଣ୍ଟା ପ୍ରତି ସର୍ବନିମ୍ନ ୨୨୫ରୁ ସର୍ବାଧିକ ୨୬୦ କିଲୋମିଟର ରହିବ । କିନ୍ତୁ ଏହା ପୂର୍ବରୁ ପବନର ବେଗ ୨୪୦ ରୁ ୨୭୫ କିଲୋମିଟର । ଆଜି ଅପରାହ୍‌ଣରେ ମହାବାତ୍ୟାରୁ ଏକ୍ସଟ୍ରିମ୍‌ଲୀ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମର ରୂପ ନେବ ଅମ୍ଫାନ୍‌ । ଏହି ସମୟରେ ପବନର ବେଗ ୨୦୦ ରୁ ୨୩୦ କିଲୋମିଟର ରହିବ । ରାତି ପ୍ରାୟ ସାଢେ ୧୧ଟା ବେଳକୁ ପବନର ବେଗ ହ୍ରାସ ପାଇ ୧୮୦ ରୁ ୨୧୦ କିଲୋମିଟର ପର୍ଯ୍ୟନ୍ତ ରହିବ । ଆସନ୍ତାକାଲି ମଧ୍ୟାହ୍ନ ଭିତରେ ସ୍ଥଳଭାଗ ମୁହାଁ ହେବା ବେଳେ ୧୭୦ରୁ ୨୦୦ କିଲୋମିଟର ବେଗରେ ପବନ ବହିବ ।

amphanତେବେ ଭାରତୀୟ ପାଣିପାଗ ବିଭାଗ ପୂର୍ବାନୁମାନ ଅନୁସାରେ ଆସନ୍ତାକାଲି ସଂଧ୍ୟା ସୁଦ୍ଧା ଏହା ଏକ୍ସଟ୍ରିମ୍‌ଲୀ ସିଭିୟର ସାଇକ୍ଲୋନିକ୍‌ ଷ୍ଟର୍ମ ରୂପରେ ଲ୍ୟାଣ୍ଡଫଲ କରିବ। ପଶ୍ଚିମବଙ୍ଗର ଦୀଘା ଓ ବାଂଲାଦେଶର ହାତିଆ ଦ୍ୱୀପ ମଝିରେ ଥିବା ସୁନ୍ଦରବନ ନିକଟରେ ସ୍ଥଳଭାଗ ଛୁଇଁବ ଅମ୍ଫାନ  ଲ୍ୟାଣ୍ଡଫଲ ବେଳେ ପବନର ବେଗ ଘଣ୍ଟା ପ୍ରତି ୧୬୫ରୁ ୧୯୫ କିଲୋମିଟର ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.