ଖଣ୍ଡଗିରିରୁ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କଲା ଏସ୍‌ଟିଏଫ୍, ୨ ବେପାରୀ ଗିରଫ

ଭୁବନେଶ୍ୱର: ଏବେ ସାରା ରାଜ୍ଯରେ ଲକ୍ ଡାଉନ୍ ସ୍ଥିତି ଚାଲିଥିବାବେଳେ ରାଜଧାନୀରୁ ପୁଣି ଜବତ ହୋଇଛି ବ୍ରାଉନ୍ ସୁଗାର । ଜବତ ବ୍ରାଉନ୍ ସୁଗାରର ମୂଲ୍ଯ ପ୍ରାୟ କୋଟିଏ ଟଙ୍କା ହେବ । ଏସଟିଏଫ୍ ର ଏକ ଟିମ୍ ଖବର ପାଇବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭୁବନେଶ୍ୱରର ଖଣ୍ଡଗିରି ଅଞ୍ଚଳରୁ ଏହି ବ୍ରାଉନ ସୁଗାର ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଛି। ତେବେ ବାଲେଶ୍ୱରରୁ ଜଙ୍କିଆ ଆସୁଥିଲା ଏହି ବ୍ରାଉନସୁଗାର।

ଖବର ମୁତାବକ ଗିରଫ ହୋଇଥିବା ବ୍ୟକ୍ତିମାନେ ଖୋର୍ଦ୍ଧା ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଏସଟିଏଫ ସେମାନଙ୍କ ନିକଟରୁ ଏକ ମୋଟରସାଇକେଲ ମଧ୍ୟ ଜବତ କରିଛି।  ଏହି ମାମଲାକୁ ନେଇ ଅଧିକ ବିବରଣୀ ଜାଣିବା ପାଇଁ ଅଭିଯୁକ୍ତଙ୍କୁ ପଚରାଉଚରା କରୁଛି ପୋଲିସ୍

Leave A Reply

Your email address will not be published.