Below header

ନାସାରୁ ମିଳିଲା ଗ୍ରୀନ ସିଗନାଲ୍‌, ଏବେ ମହାକାଶକୁ ଫିଲ୍ମ ସୁଟିଂ କରିବାକୁ ଯିବେ ଟମ କ୍ରୁଜ

ହଲିଉଡ ଅଭିନେତା ଟମ କ୍ରୁଜ ସବୁବେଳେ ନିଜ ଫିଲ୍ମକୁ ନେଇ ଚର୍ଚ୍ଚିତ ଥାନ୍ତି। ନିଜ ଫିଲ୍ମରେ ବିଭିନ୍ନ ଆଖିଦୃଶିଆ ଏବଂ ରୋମାଞ୍ଚଭରା ଷ୍ଟଣ୍ଟ କରି ସମସ୍ତଙ୍କୁ ଚକିତ କରିଦିଅନ୍ତି ଏହି ଅଭିନେତା। ଏବେ ଗତ କିଛିଦିନ ହେଲାଣି ହଲିଉଡ ଅଭିନେତା ଟମ୍‌ କ୍ରୁଜ ନିଜର ଫିଲ୍ମର ସୁଟିଂକୁ ନେଇ ଚର୍ଚ୍ଚାରେ ରହିଥିଲେ। ଫ୍ୟାନ ବୋଧହୁଏ ଏହିକଥା ଗୁଜବ ବୋଲି ଭାବୁଥିଲେ। କିନ୍ତୁ ଏବେ ଏହି ଘଟଣାର ସତ୍ୟତା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଟମ କ୍ରୁଜ କୁଆଡେ ମହାକାଶରେ ଫିଲ୍ମ ସୁଟିଂ କରିବେ ବୋଲି ପୂର୍ବରୁ ଚର୍ଚ୍ଚା ଚାଲିଥିଲା। ଟମ୍‌ କ୍ରୁଜଙ୍କୁ ଏବେ ମହାକାଶରେ ସୁଟିଂ କରିବାର ଅନୁମତି ଦେଇଛି ନାସା। ନାସାର ମୁଖ୍ୟ ଏହି କଥାକୁ ସ୍ୱୀକୃତି ଦେିଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ‘ଏଜ୍‌ ଅଫ ଟୁମାରୋ’ର ନିର୍ଦ୍ଦେଶକ ଡୋଗ ଲିମନ କରିବେ। ଏହା ମହାକାଶରେ ନିର୍ମାଣ ହେବାକୁ ଥିବା ଦୁନିଆର ପ୍ରଥମ ଫିଲ୍ମ ହେବ।

ସୂଚନାଯୋଗ୍ୟ, ଗତ ଦୁଇଦିନ ତଳେ ଜଣାଶୁଣା ଉଦ୍ୟୋଗପତି ଏଲନ ମସ୍କଙ୍କ ସ୍ପେସଏକ୍ସ ପ୍ରୋଜେକ୍ଟ ଦ୍ୱାରା ନାସା ଏକ ମାନବ ମିଶନ ଲଞ୍ଚ କରିଥିଲା। ଟମ୍‌ କ୍ରୁଜକୁ ଫିଲ୍ମର ସୁଟିଂ ପାଇଁ ସ୍ପେସକୁ ପଠାଇବା ପାଇଁ ନାସାର ମୁଖ୍ୟ ଜିମ ବ୍ରେଡେନଷ୍ଟିନ କହିଛନ୍ତି। ପୂର୍ବରୁ ଜିମ ଟମ୍‌ କ୍ରୁଜଙ୍କ ଫିଲ୍ମ ‘ଟପ୍‌ ଗନ୍‌’ ଦେଖି ବହୁତ ପ୍ରଭାବିତ ହୋଇଛନ୍ତି। ଏହି ଫିଲ୍ମ ଦେଖି ସେ ପାଇଲଟ ହେବା ପାଇଁ ପ୍ରେରିତ ହୋଇଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.