ଆର୍ମେନିଆ ପ୍ରଧାନମନ୍ତୀଙ୍କ ସମେତ ପୂରା ପରିବାର କରୋନା ପଜିଟିଭ ଚିହ୍ନଟ, ଶୀଘ୍ର ସୁସ୍ଥତା ନେଇ କାମନା କଲେ ମୋଦି

ଆର୍ମେନିଆ ପ୍ରଧାନମନ୍ତ୍ରୀ ନିକୋଲା ପାଶିନିୟନ କରୋନା ସଂକ୍ରମିତ ହୋଇଥିବା ଜଣାଯାଇଛି । ପ୍ରଧାନ ମନ୍ତ୍ରୀଙ୍କ ସମେତ ତାଙ୍କ ପୁରା ବାରିବାର ବି କରୋନା ପଜିଟିଭ ଚିହ୍ନଟ ହୋଇଥିବା ନେଇ ରିପୋର୍ଟ ପ୍ରକାଶ ପାଇଛି । କରୋନା ଟେଷ୍ଟ ପଜିଟିଭ ବାହାରିବା ପରେ ପ୍ରଧାନମନ୍ତ୍ରୀଙ୍କୁ ତାଙ୍କ ଆବାସରେ ଆଇସୋଲେସନରେ ରଖାଯାଇଛି । ବର୍ତ୍ତମାନ ସମୟରେ ବିଶ୍ୱବ୍ୟାପୀ କରୋନା ନିଜ କାୟା ବିସ୍ତାର କରି ଚାଲିଥିବା ବେଳେ ଏଥିରୁ ବିଶ୍ୱର ପ୍ରସିଦ୍ଧ ବ୍ୟକ୍ତି ମାନେ ବି ବାଦ ପଡୁ ନାହାନ୍ତି । ପ୍ରଥମେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏନେଇ ପ୍ରଧାନମନ୍ତ୍ରୀଙ୍କ ପୁରା ପରିବାରକୁ ବି ଆଇସୋଲେସନରେ ରଖାଯାଇଛି ।

ପ୍ରଧାନମନ୍ତ୍ରୀ ନିକୋଲା କହିଛନ୍ତିକି , ତାଙ୍କ ଠାରେ ପୂର୍ବରୁ କୌଣସି ପ୍ରକାର ଲକ୍ଷଣ ଦେଖାଦେଇନଥିଲା କି ସେ ବିଶେଷ କିଛି ଅନୁଭବ ବି କରି ପାରିନଥିଲେ । କିନ୍ତୁ ରିପୋର୍ଟ ପଜିଟିଭ ଆସି ଥିବାରୁ ନିଜ ବାସଭବନରେ କିଛି ଦିନ ପାଇଁ ଆଇସୋଲେସନରେ ରହିବେ ଓ ସେହି ଠାରୁ ହିଁ ନିଜର ସମସ୍ତ ଦାୟିତ୍ୱ ତୁଲାଇବେ । ପ୍ରକୃତରେ ଦେଶର କରୋନା ଯୋଦ୍ଧଙ୍କ ସହ ଭେଟିବା ନେଇ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । କିନ୍ତୁ ଏହା ପୂର୍ବରୁ କରୋନା ଟେଷ୍ଟ କରିବାରୁ ତାଙ୍କ ରିପୋର୍ଟ ପଜିଟିଭ ଆସିଥିଲା । କରୋନା ଭାଇରସ ମୁକାବିଲା ନେଇ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସମୟରେ ହିଁ ସେ କରୋନା ସଂକ୍ରମିତ ହୋଇଥିବା ଆଶଙ୍କା କରାଯାଉଛି । ସରକାରୀ କାର୍ଯ୍ୟକ୍ରମ ଗୁଡିକରେ ଯୋଗ ଦେବା ଅବସରରେ କର୍ମଚାରୀ ମାନେ ଏତେଟା ସତର୍କତା ପାଳନ କରୁନଥିବାରୁ ଭାଇରସ ତାଙ୍କୁ ଆଟାକ କରିଥିବା ନେଇ ସେ କହିଛନ୍ତି ।

ଯଦି ଆଗକୁ ଅଧିକ ଆବଶ୍ୟକ ପଡେ ସେ ଆଗକୁ ଡାକ୍ତରଙ୍କ ପରାମର୍ଶ ନେବେ । ଏବାବଦରେ ପ୍ରଧାନ ମନ୍ତ୍ରୀଙ୍କ ପ୍ରବକ୍ତା କହିଛନ୍ତିକି ତାଙ୍କ ସହ ସମ୍ପର୍କରେ ଆସିଥିବା ସମସ୍ତଙ୍କ ସୁରକ୍ଷା ପାଇଁ ପଦକ୍ଷେପ ମାନ ନିଆଯାଉଛି । ଅନ୍ୟପକ୍ଷରେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର ଜରିଆରେ ମୋଦି ଆର୍ମେନିଆ ପ୍ରଧାନ ମନ୍ତ୍ରୀଙ୍କ ଶୀଘ୍ର ସୁସ୍ଥତା ହେବା ନେଇ କାମନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ସମେତ ତାଙ୍କ ପରିବାର ବି ସୁସ୍ଥ ହୋଇଯାନ୍ତୁ ମୋଦି ନିଜ ବାର୍ତ୍ତାରେ କହିଛନ୍ତି । ମୋଦି ଏହା ମଧ୍ୟ କହିଛନ୍ତିକି, ଏପରି ଏକ ଘଡିସନ୍ଧି ମୁହୂର୍ତ୍ତରେ ଭାରତ ସର୍ବଦା ଆର୍ମେନିଆ ସହ ରହିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.