ତାଳଚେରରେ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ଯା ନା ଆତ୍ମହତ୍ଯା ସନ୍ଦେହ

ତାଳଚେର(କେନ୍ଯୁଜ୍): ତାଳଚେର କଣିହାଁ ଚିତ୍ତଲପୁର ଗାଁରେ ଜଣେ ମହିଳାଙ୍କ ମୃତ ଦେହ ଘରେ ପଡିଥିବା ଦେଖିବାକୁ ମିଳିଛି। ମହିଳା ଜଣକ ହେଉଛନ୍ତି ସୁମନ୍ତି ସାହୁ। ତାଙ୍କ ବେକରେ ଏକ ଗାମୁଛା ଲାଗିଥିବା ସହ ଘରର ଆସବାବପତ୍ର ଏବଂ ପଇସା ଏଣେତେଣେ ପଡିଥିବାର ଦେଖିବାକୁ ମିଳିଛି। ଏନେଇ ତାଙ୍କୁ ହତ୍ଯା କରାଯାଉଥିବା ସନ୍ଦେହ କରାଯାଉଛି।

ସୂଚନା ମୁତାବକ ଗତକାଲି ସୁମନ୍ତିଙ୍କ ସାବତ ପୁଅ ଧନେଶ୍ବର ସାହୁଙ୍କ ଘରକୁ ଆସିଥିଲେ କିନ୍ତୁ ସେ ଆଜି ଫେରାର୍ ଥିବାରୁ ହତ୍ଯାକୁ ନେଇ ସନ୍ଦେହ କରାଯାଉଛି। ଖବର ପାଇଁ ଘଟଣାସ୍ଥଳରେ କଣିହାଁ ଥାନା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.