ପତ୍ନୀଙ୍କ ପୂର୍ବସ୍ୱାମୀଙ୍କ ଝିଅକୁ ନିଜର ପରିଚୟ ଦେଇଛନ୍ତି ଏହି କ୍ରିକେଟର, ନେଇଛନ୍ତି ସବୁ ଦାୟିତ୍ୱ

ଭାରତର ଜଣାଶୁଣା କ୍ରିକେଟର ଅନୀଲ କୁମ୍ବଲେଙ୍କ ଝିଅ ଆରୁନୀ କୁମ୍ବଲେଙ୍କ ବିଷୟରେ ହୁଏତ ଆପଣ କମ୍‌ ଜାଣିଥିବେ। ଆରୁନୀ ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ ଥାନ୍ତି। ସେହିଭଳି ଆରୁନୀ ଏବଂ ଅନୀଲଙ୍କ ସମ୍ପର୍କ ବହୁତ ଭଲ। କିନ୍ତୁ ଆରୁନୀ ଏବଂ ଅନୀଲଙ୍କ ବାପା ଝିଅ ସମ୍ପର୍କ ବିଷୟରେ ବେଶ୍‌ କମ୍‌ ଲୋକ ଜାଣିଛନ୍ତି।

aaruni

ଅନୀଲ ପତ୍ନୀ ଚେତନା ପୂର୍ବରୁ ବିବାହ କରିଥିଲେ। ଚେତନାଙ୍କ ପୂର୍ବତନ ସ୍ୱାମୀଙ୍କ ଠାରୁ ଆରୁନୀ ଜନ୍ମ। ଚେତନା ତାଙ୍କ ସ୍ୱାମୀକୁ ଛାଡପତ୍ର ଦେବା ପରେ ଅନୀଲ ତାଙ୍କୁ ବିବାହ କରିଥିଲେ। ଅନୀଲ କେବଳ ଚେତନାଙ୍କୁ ନୁହେଁ ବରଂ ତାଙ୍କ ଝିଅ ଆରୁନୀଙ୍କୁ ନିଜର ପରିଚୟ ଦେଇଥିଲେ।

ବହୁତ କମ୍‌ ଲୋକ ଜାଣନ୍ତି କି, ଅନୀଲଙ୍କ ପତ୍ନୀ ଚେତନା ଦୀର୍ଘ ଚାରି ବର୍ଷ ପୂର୍ବ ସ୍ୱାମୀଙ୍କ ସହିତ କେସ୍‌ ଲଢିବା ପରେ ଝିଅ ଆରୁନୀଙ୍କ କଷ୍ଟଡି ନେଇଥିଲେ। ଚେତନାଙ୍କ ଏଭଳି ସମୟରେଅନୀଲ କୁମ୍ବଲେ ତାଙ୍କୁ ସହଯୋଗ କରିଥିଲେ। ଅନୀଲ କେବଳ ଆରୁନୀଙ୍କୁ ନିଜ ନାମ ଓ ପରିଚୟ ନୁହେଁ ବରଂ ଭଲ ଶିକ୍ଷା, ସ୍ନେହ କରୁଛନ୍ତି। କୁମ୍ବଲେ ଭଲ ସ୍ୱାମୀ ସହିତ ଜଣେ ଭଲ ବାପା ବୋଲି ନିଜକୁ ପ୍ରମାଣିତ କରିଛନ୍ତି।

kum

ଅନୀଲଙ୍କ ଝିଅ ଆରୁନୀ ଏବେ ଚାଟାର୍ଡ ଆକାଉଣ୍ଟାଣ୍ଟ ପଢୁଛନ୍ତି। ଏହାଛଡା ଆରୁନୀ ପୂର୍ବରୁ ଭାରତନାଟ୍ୟମ ଡ୍ୟାନ୍ସର ମଧ୍ୟ ଟ୍ରେନିଂ ନେଇଛନ୍ତି। କିନ୍ତୁ ଆରୁନୀ କେବଳ ଅନୀଲଙ୍କୁ ନୁହେଁ ବରଂ ତାଙ୍କର ବାୟୋଲୋଜିକାଲ ବାପାଙ୍କୁ ମଧ୍ୟ ବହୁତ ଭଲପାଆନ୍ତି ବୋଲି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.