ଭାରତୀୟ ରେଲୱେରେ ଆମେ ଯେତେଥର ମଧ୍ୟ ଯାତ୍ରା କରୁ କିନ୍ତୁ ପ୍ରତିଟି ଥର ଆମେ କିଛି ନୂଆ ଜିନିଷ ଜାଣିବାକୁ ପାଇଥାଉ। ତେବେ ଆପଣ ଅନେକ ସହରର ପ୍ଲାଟଫର୍ମରେ କିଛି ସାଧାରଣ କଥା ଦେଖିବାକୁ ପାଇଥିବେ। ଯେପରି ଯାତ୍ରୀ, ଅପେକ୍ଷାରତ ଟ୍ରେନ, କାର୍ଯ୍ଯରତ ଟେସନ ମାଷ୍ଟର ଏବଂ ପୋଲିସ ଆଦି। ତେବେ ସେହି ସମୟରେ ଆପଣ ନଜରରେ ସେଠାରେ ହଳଦିଆ ରଙ୍ଗର ଷ୍ଟେସନ ନାମ ଫଳକ ଆସିଥିବ।ଏଥିରେ ଷ୍ଟେସନର ନାମ ୨-୩ଟି ଭାଷାରେ ଲେଖାଯାଇଥିବା ବେଳେ ତାହାର ତଳେ ଲେଖାଯାଇଥାଏ ସମୁଦ୍ର ପତନରୁ ଉଚ୍ଚତା। ତେବେ ଆପଣ କେବେ ଏହା ପଛର କାରଣ ଜାଣିଛନ୍ତି କି, ଆଜି ଆମେ ଏହା ବିଷୟରେ କହିବା ପାଇଁ ଯାଉଛୁ।
ଆମେ ଜାଣିଛେ ପୃଥିବୀ ଗୋଲ ଅଟେ। ଏଣୁ ଦୁନିଆକୁ ଏକ ସମାନ ଭାବେ ମାପିବା ପାଇଁ ବେଜ୍ଞାନିକ ମାନଙ୍କୁ ଏକ କେନ୍ଦ୍ରବିନ୍ଦୁର ଆବଶ୍ଯକତା ରହିଥିଲା। ଏହି ମାମଲାରେ ସମୁଦ୍ର ସବୁଠାରୁ ଶ୍ରେଷ୍ଠ ରହିଥିଲା, କାରଣ ଭୂମି ଅପେକ୍ଷା ସମୁଦ୍ରର ପାଣି ସମାନ ରହିଥାଏ। ଯାହା ଦ୍ବାରା ସମସ୍ତ ସ୍ଥାନର ଉଚ୍ଚତାକୁ ସମୁଦ୍ର ପତନଠାରୁ ମପାଯାଇଥାଏ। ଏଣୁ ଏଠାରେ ଏହା ବିଷୟରେ ଲେଖାଯାଇଥାଏ।
ତେବେ ଏହା ପଛରେ ଆଉ ଏକ କାରଣ ମଧ୍ୟ ରହିଛି। ଏହାର ଆବଶ୍ଯକତା ଯାତ୍ରୀ ମାନଙ୍କୁ ନୁହଁ ବରଂ ଗାର୍ଡ଼ ଏବଂ ଡ଼୍ରାଇଭରଙ୍କ ପାଇଁ ଅଧିକ ରହିଥାଏ । ସମୁଦ୍ର ପତନରରୁ ତଳକୁ ଏବଂ ଉପରକୁ ଆଦିର ମାପ ଦେଖି ଟ୍ରେନ୍ ଡ଼୍ରାଇଭର ଏବଂ ଗାର୍ଡ଼ ଇଞ୍ଜିନକୁ ନିୟନ୍ତ୍ରିତ କରିଥାନ୍ତି। ଏଥିସହ ଟ୍ରେନ୍ ଉପରେ ଲାଗିଥିବା ବିଦ୍ଯୁତ୍ ତାରକୁ ଏକ ସମାନ ଲଗାଇବା ପାଇଁ ମଧ୍ୟ ଏହା ସାହାଯ୍ଯ କରାଯାଇଥାଏ।