ଦେଖନ୍ତୁ ଇଶା ଆମ୍ବାନିଙ୍କ ନିର୍ବନ୍ଧର ପ୍ରଥମ ଭିଡ଼ିଓ, କେମିତି ଦେଖାଯାଉଥିଲେ ଇଶା ଏବଂ କେମିତି ହେଲା ତାଙ୍କ ସ୍ବାଗତ

ମୁକେଶ ଅମ୍ବାନୀଙ୍କ ଘରେ ଏବେ ଗୋଟିଏ ପରେ ଗୋଟିଏ ବିବାହର ଲାଗି ରହିଛି। ପୁଅ ପରେ ଏବେ ଚାଲିଛି ଝିଅ ଇଶାଙ୍କର ବିବାହ ପ୍ରସ୍ତୁତି। ତେବେ ନିକଟରେ ଇଟାଲୀରେ ଇଶା ଅମ୍ବାନିଙ୍କ ନିବନ୍ଧର ଗ୍ରାଣ୍ଡ ସେଲିବ୍ରେସନ୍ ଶେଷ ହୋଇଛି। ଏଥିରେ ପରିବାର ଏବଂ ଆନନ୍ଦ ପରିମଲଙ୍କର ପ୍ରଥମ ଭିଡ଼ିଓ ଏବେ ଇଣ୍ଟରନେଟରେ ଭାଇରାଲ ହୋଇଛି। ଏହି ଭିଡ଼ିଓରେ ମା’ ନିତା ଅମ୍ବାନି ଝିଅ ଇଶାର ନିର୍ବନ୍ଧର ଘୋଷଣା କରୁଥିବାର ନଜର ଆସିଥାନ୍ତି।

ଭିଡ଼ିଓରେ ଇଶା ଅମ୍ବାନି ଗୋଲଡ଼େନ୍ ରଙ୍ଗର ଡ଼୍ରେସରେ ବହୁତ ସୁନ୍ଦର ଦେଖାଯାଉଥିଲେ। ଏହା ଛଡ଼ା ଏହି ଖାସ ମୂହୂର୍ତ୍ତ ପାଇଁ ଆନନ୍ଦ ଓଲିଭଗ୍ରୀନ୍ ରଙ୍ଗର ଏକ ଶେରୱାନିରେ ନଜର ଆସିଥିଲେ। ଏହି ଭିଡ଼ିଓଟିକୁ  ନୀତା ଅମ୍ବାନିଙ୍କ ଏକ ଫ୍ଯାନ କ୍ଳବରେ ଶେୟାର କରାଯାଇଥିଲା।

ଭିଡିଓରେ ନୀତା ଅମ୍ବାନି ନିର୍ବନ୍ଧ ଘୋଷଣା କରୁଥିବା ବେଳେ ରୋୟାଲ କପଲଙ୍କୁ ଏକ ସରପ୍ରାଇଜ୍ ମିଳିଥିବାର ଦେଖିବାକୁ ମିଳିଛି। ଏଠାରେ ତାଙ୍କ ଉପରେ ଫୁଲ ବର୍ଷା ହେଉଥିବାର ଦେଖିବାକୁ ମିଳିଥିଲା। ତେବେ ଇଶାଙ୍କ ଭିଡ଼ିଓ ପୂର୍ବରୁ ଇଣ୍ଟରନେଟରେ ପ୍ରିୟଙ୍କା ଚୋପ୍ରା ଏବଂ ଜାନଭୀ କପୁରଙ୍କର ଏହି ଇଭେଣ୍ଟ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁ ସଂଖ୍ଯାକ ଭାଇରାଲ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.