ମୋଦିଙ୍କ ଦୁଇ ରୂପ, ଟିକେ ପ୍ରଶଂସା, ଟିକେ ମାରି ଦେଲେ ପିନ୍

ଭୁବନେଶ୍ବର (କେନ୍ଯୁଜ୍) : ତାଳଚେରରରେ ନରମ ତ ଝାରସୁଗୁଡ଼ାରେ ଗରମ। ଓଡ଼ିଶା ଗସ୍ତରେ ମୋଦିଙ୍କ ଏହି ମିଜାଜ୍‌ ଆଜି ଦେଖିବାକୁ ମିଳିଥିଲା। ଏବେ ରାଜ୍ଯରେ ଦୁଇ ପ୍ରକାରର ପାଣିପାଗ ରହିଛି । ରାଜ୍ୟରେ ଏବେ କେଉଁଠି ଗୁଳୁଗୁଳି ଓ ଖରା ତ କେଉଁଠି ଭୀଷଣ ବର୍ଷା ଯୋଗୁଁ ପାଗ ଥଣ୍ଡା ରହୁଛି। ଓଡ଼ିଶା ଗସ୍ତରେ ଠିକ୍ ସେହିପରି ମିଜାଜ୍ ଦେଖିବାକୁ ମିଳିଥିଲା ପ୍ରଧାନମନ୍ତ୍ରୀଙ୍କର।  ତାଳଚେରରେ ଆକ୍ରମଣାତ୍ମକ ନଥିଲା ବାକ୍ୟ। କିନ୍ତୁ ଝାରସୁଗୁଡ଼ାରେ ଦୁର୍ନୀତି କଥା ଉଠାଇଥିଲେ। ରାଜ୍ୟ ସରକାରଙ୍କ ଆଡକୁ ଇଙ୍ଗିତ କଲେ। କହିଲେ ପିସିରେ ପେସି ହେଉଛନ୍ତି ଓଡ଼ିଶାବାସୀ। ଏବେ ପରିବର୍ତ୍ତନ ସମୟ ଆସିଛି। ଉଜ୍ଜ୍ୱଳା ଓ ସ୍କିଲ ଡେଭଲପମେଣ୍ଟ ଦୁର୍ନୀତି ବିଷୟ ସହ ତୈଳ ଦର ବୃଦ୍ଧି  ପ୍ରସଙ୍ଗରେ କେନ୍ଦ୍ରକୁ ଚିନ୍ତା କରିବା ଆବଶ୍ୟକ।

547267-modi

 

ମିତ୍ର କହି ଆୟୁଷ୍ମାନ ପାଇଁ ଡାକିଲେ। ଟଙ୍କିଆ ଚାଉଳ କଥା କଥା କହି, କେନ୍ଦ୍ରର ଅବଦାନ ବଖାଣିଲେ। ରାଜ୍ୟ ସରକାରଙ୍କୁ ପ୍ରତି ଦେଖିବାକୁ ମିଳିଲା ନରମ ମନୋଭାବ। କିନ୍ତୁ ଝାରସୁଗୁଡା ପହଞ୍ଚୁ ପହଞ୍ଚୁ ମୋଦିଙ୍କ ମିଜାଜ ବଦଳି ଗଲା। ସିଧା ଆଟାକିଂ ମୋଡ୍‌କୁ ଆସିଗଲେ। କାହାର ନାଁ ନେଲେନି। କୌଣସି ଦଳ କଥା କହିନଥିଲେ, କିନ୍ତୁ ଦୁର୍ନୀତି କଥା ଉଠାଇଲେ। କହିଲେ, ପିସି କାରବାର ଯୋଗୁଁ ପେସି ହେଉଛନ୍ତି ଓଡ଼ିଶାବାସୀ। ସରକାରଙ୍କ କର୍ମଚାରୀ ଓ କିଛି ରାଜନୈତି କର୍ମୀ ଦୁର୍ନୀତିରେ ସାମିଲ ଅଛନ୍ତି। ରାଜ୍ୟରେ ବଡ଼ ପରିବର୍ତ୍ତନର ସମୟ ଆସିଛି ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

ନବୀନଙ୍କ ପ୍ରତିକ୍ରିୟା : ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ମୋଦି ଏପରି କହିଛନ୍ତି

modi

ସରକାରୀ କାର୍ଯ୍ୟକ୍ରମରେ ମୋଦି-ନବୀନଙ୍କ କରମର୍ଦ୍ଦନ ହେଲା। ନବୀନ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଥିଲେ। କିନ୍ତୁ ଦଳୀୟ କାର୍ଯ୍ୟକ୍ରମରେ ପ୍ରହାର କଲେ ମୋଦି। ଏହାକୁ ନେଇ ନବୀନଙ୍କ ପ୍ରତିକ୍ରିୟା, ଦଳୀୟ କର୍ମୀଙ୍କୁ ଉତ୍ସାହିତ କରିବାକୁ ମୋଦି ଏପରି କହିଛନ୍ତି। ଉଜ୍ୱଳା ଓଦକ୍ଷତା ବିକାଶ ଦୁର୍ନୀତି ବିଷୟରେ କେନ୍ଦ୍ର ଚିନ୍ତା କରିବା ଦରକାର। ଆକାଶ ଛୁଆଁ ତୈଳଦର ବୃଦ୍ଧି ନେଇ ଗଭୀର ଚିନ୍ତାର ଆବଶ୍ୟକ ରହିଛି। ସେପଟେ ରାଜ୍ୟ ସରକାର ଅଧିକ ୨୫ ଲକ୍ଷ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରେ ସାମିଲ କରିଛନ୍ତି। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ୫୦ ଲକ୍ଷ ହିତାଧିକାରୀଙ୍କୁ ସାମିଲ କରାଯାଇଛି ବୋଲି ନବୀନ ଜବାବ ଦେଇଛନ୍ତି।

ଆଗକୁ ନିର୍ବାଚନ ରହିଛି। ତେଣୁ ଯେଉଁ କାର୍ଯ୍ୟକ୍ରମ ହେଉ, ଉଦ୍‌ଘାନଟ କି ଶିଳାନ୍ୟାସ ରାଜନୀତି ପଶି ଆସୁଛି। ଦଳୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ, କର୍ମୀଙ୍କୁ ଉତ୍ସାହିତ କରିବାକୁ ଯାଇ ବିକାଶ ନାଁରେ ରାଜନୈତିକ ବାଣ ଛାଡିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.