Below header

ଅଦ୍ଭୁତ ଘଟଣା, ଜଳିଲାନି ଦିଆସିଲି, ଲାଗିଲାନି ନିଆଁ, ଏଇ ତ ପ୍ରଭୁଙ୍କ କିମିଆଁ  

ଯାହାକୁ ରଖିବେ ଅନନ୍ତ…., ବର୍ଷା ବଞ୍ଚାଇଦେଲା ବ୍ୟବସାୟୀଙ୍କ ଜୀବନ । ଆଜ୍ଞା ହଁ, ବର୍ଷା କେମିତି ବଞ୍ଚାଇ ଦେଲା ତାର ସଂପୂର୍ଣ୍ଣ ଭିଜୁଆଲ ସିସିଟିଭିରେ କଏଦ ହୋଇଛି। ଘଟଣାଟି ଘଟିଛି ଭୁବନେଶ୍ୱର ଉପକଣ୍ଠ ବାଳକାଟିରେ ଅଞ୍ଚଳରେ। ଭିଡ଼ିଓରେ ଦେଖିବାକୁ ମିଳିଛି, ଜଣେ ଦୁର୍ବୃତ୍ତ ଏକ ଫଳ ଦୋକାନରେ ନିଆଁ ଲଗାଇବାକୁ ପ୍ରୟାସ କରୁଛି । ପେଟ୍ରୋଲ ଢ଼ାଳି ଦିଆସିଲ ମାରିଛି । କିନ୍ତୁ ଠିକ୍‌ ସେହି ସମୟରେ ବର୍ଷା ସବୁ ଯୋଜନାକୁ ଭଣ୍ଡୁର କରି ଦେଇଛି । ବର୍ଷା ଯୋଗୁ ଦିଆସିଲ ଜଳିଲାନି କି ନିଆଁ ଲାଗିଲାନି । ନିଆଁ ଲାଗିଥିଲେ ଦୋକାନ ଭିତରେ ଶୋଇଥିବା ବ୍ୟବସାୟୀ ପୋଡି ହୋଇ ଯାଇଥାନ୍ତେ । ବର୍ଷା ଯୋଗୁ ତାଙ୍କ ଜୀବନ ବଞ୍ଚି ଯାଇଛି ।

ଘଟଣା ଘଟିଛି ଗତକାଲି ରାତିରେ । ଆଉ ଏସବୁ ଦୃଶ୍ୟ ଦୋକାନରେ ଲାଗିଥିବା ସିସିଟିଭି କ୍ୟାମେରାରେ କଏଦ ହୋଇଛି । ଆଜି ସକାଳେ ଦୋକାନ ବାହାରେ ପଡିଥିବା ଡିଆସିଲି ଓ ପେଟ୍ରୋଲ ବୋତଲ ଦେଖିବା ପରେ ସିସିଟିଭି ଯାଞ୍ଚ କରିଥିଲେ ଦୋକାନୀ । ଏନେଇ ଥାନାରେ ଅଭିଯୋଗ କରିବା ପରେ ସିସିଟିଭି ଫୁଟେଜ୍‌ କୁ ନେଇ ତଦନ୍ତ ଆରମ୍ଭ କରିଛି ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.