Below header

‘ନ୍ୟାୟ ମିତ୍ର’ ଆମିକସ୍ କ୍ୟୁରି

ଦୁଇ ଦିନିଆ ଓଡ଼ିଶା ଆସି ପୁରୀ ଶ୍ରୀମନ୍ଦିର ସଂସ୍କାର ନେଇ ଆଲୋଚନା କରିଛନ୍ତି ଆମିକସ କ୍ୟୁରି ଗୋପାଳ ସୁବ୍ରମଣ୍ୟମ । ଶ୍ରୀମନ୍ଦିର ସଂସ୍କାର ନେଇ ୧୨ଟି ପ୍ରସ୍ତାବ କାର୍ଯ୍ୟକାରୀ ପାଇଁ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବ ଉପରେ ଆଲୋଚନା ସେ ଓଡ଼ିଶା ଆସିଥିଲେ । ତେବେ ଖବର ତ ସମସ୍ତେ ଜାଣିଲେ । ହେଲେ ଆମିକସ୍ କ୍ୟୁରି କାହିଁକି ନିଯୁକ୍ତ ହୁଅନ୍ତି ଓ ତାଙ୍କର କାର୍ଯ୍ୟ କଣ ସେକଥା ଅଧିକାଂଶଙ୍କୁ ଜଣା ନଥିବ ।

AMICUS-3

ଆମିକସ କ୍ୟୁରି ଶବ୍ଦ ଲାଟିନ୍ ଭାଷାରୁ ଆସିଛି । ଆମିକସ୍ କ୍ୟୁରିଙ୍କୁ କୁହାଯାଏ ‘ନ୍ୟାୟ ମିତ୍ର’ । କୌଣସି ଗୋଟିଏ ଘଟଣାରେ ବିଚାର ବିଭାଗକୁ ସହାୟତା କରୁଥିବା, ଏହାକୁ ଉଚିତ ରାସ୍ତା ଦେଖାଉଥିବା ବ୍ୟକ୍ତି ହେଉଛନ୍ତି ଆମିକସ୍ କ୍ୟୁରି । ଯିଏକି ନ୍ୟାୟ ପାଳିକାଙ୍କୁ ନିରପେକ୍ଷ ଭାବେ ପରାମର୍ଶ ଦିଅନ୍ତି । ବିଶେଷ କରି ବଡ଼ ବଡ଼ ଜନସ୍ବାର୍ଥ ସମ୍ବଳିତ ମାମଲାରେ ତାଙ୍କର ସହାୟତା ନିଆଯାଇଥାଏ । ଯାହାଫଳରେ ନ୍ୟାୟାଳୟ ସଠିକ୍ ଭାବରେ ରାୟ ଦେବାରେ ସମର୍ଥ ହୁଅନ୍ତି । ତେବେ ସେ କେବଳ ପରାମର୍ଶ ଦେଇ ପାରିବେ କୌଣସି କାର୍ଯ୍ୟାନୁଷ୍ଠାନ ନେବା ତାଙ୍କ କ୍ଷମତା ବାହାରେ । ଯଦି କୌଣସି ପକ୍ଷ ତରଫରୁ ଯୁକ୍ତି ରଖିବାକୁ କେହି ନାହାନ୍ତି କିମ୍ବା ପକ୍ଷ ରଖିବାକୁ ସମର୍ଥ ନୁଅନ୍ତି ତେବେ ସେ ବ୍ୟକ୍ତି ହୁଅନ୍ତୁ କି ସଂସ୍ଥା ସେଠି ଆମିକସ କ୍ୟୁରିଙ୍କର ଭୂମିକା ଆସିଥାଏ । କୋର୍ଟଙ୍କ ତରଫରୁ ଆମିକସ କ୍ୟୁରିଙ୍କୁ ନିଯୁକ୍ତି ଦିଆଯାଏ । ବିଶେଷ କରି ବରିଷ୍ଠ ଆଡଭୋକେଟଙ୍କୁ ଏହି କାଯ୍ୟରେ ନିଯୁକ୍ତି ଦିଆଯାଇଥାଏ ।

ଶ୍ରୀମନ୍ଦିର ସଂସ୍କାର ଭଳି, ଦିଲ୍ଲୀ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲା, ଟୁ-ଜି ସ୍ପେକଟ୍ରମ୍ ମାମଲା, ୨୦୦୨ ଗୁଜରାଟ ଦଙ୍ଗା ମାମଲା ଆଦିରେ ଆମିକସ କ୍ୟୁରିଙ୍କର ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ତେବେ ଆମ ଦେଶରେ ଆମିକସ କ୍ୟୁରିଙ୍କର କ୍ଷମତା ପରିସର ଖୁବ୍ ସଂକୁଚିତ । କେବଳ ପରାମର୍ଶ ଓ ରିପୋର୍ଟ ଦେବା ଭିତରେ ସୀମିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.