Below header

ସର୍ଚ୍ଚଅପରେସନରେ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ

ଜୟପୁର(କେନ୍ଯୁଜ୍) : ଲାଲବାହିନୀକୁ ମିଳିଛି ପୁଣିବଡ଼ ଝଟକା। ମାଲକାଗିରି ଜିଲ୍ଲା ସୀମାନ୍ତ ସୁକମା ଓ ନାରାୟଣପୁର ପୋଲିସକୁ ବଡ ସଫଳତା। ସୁକମା ପୋଲିସ ଓ CRPFର ମିଳିତ ଅପରେସନ୍‌ ବେଳେ ୬ଜଣ ହାର୍ଡକୋର ମାଓବାଦୀ ଗିରଫ। ତେବେ ଲାଲଗଡ଼ରେ ପହଞ୍ଚି ନକ୍ସଲ କ୍ଯାମ୍ପର ସନ୍ଧାନ ପାଇଥିବା ବେଳେ ଘଟଣାସ୍ଥଳରେ ବହୁ ମାସ ସାମଗ୍ରୀ ଜବତ କରାଯାଇଥିଲା।

MAO-2

ସେମାନଙ୍କ ମଧ୍ୟରେ ୨ଜଣ ମହିଳା ମାଓବାଦୀ ଅଛନ୍ତି। ଏହି ହାର୍କୋର୍‌ ମାଓବାଦୀଙ୍କ ନାଁରେ ୨ଲକ୍ଷ ଟଙ୍କା ରହିଥିଲା। ଏମାନେ ଅନେକ ବଡ ଧରଣର ହିଂସାକାଣ୍ଡରେ ଜଡିତ ଥିବା ସୁକମା ଏସ୍‌ପି ସୂଚନା ଦେଇଛନ୍ତି। ସେପଟେ ନାରାୟଣପୁର ପୋଲିସର ଅପରେସନ୍‌ ବେଳେ ଏକ ମାଓକ୍ୟାମ୍ପ ଠାବ ହୋଇଛି। ଜଙ୍ଗଲରେ ମାଓ କ୍ୟାମ୍ପ ଚାଲୁଥିବା ଖବର ପାଇ ପୋଲିସ ପକ୍ଷରୁ କମ୍ବିଂ ଅପରେସନ୍‌ ଆରମ୍ଭ ହୋଇଥିଲା। ଦୀର୍ଘ ସମୟ ଧରି ଗୁଳି ବିନିମୟ ପରେ ମାଓବାଦୀମାନେ ଛତ୍ରଭଙ୍ଗ ଦେଇଥିଲେ। ଘଟଣାସ୍ଥଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ ହୋଇଛି। ଏବେବି କମ୍ବିଂ ଅପରେସନ୍‌ ଜାରି ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.