ପୁରୀ: ଆଜି ମହାପ୍ରଭୁଙ୍କ ଖଳିଲାଗି ଏକାଦଶୀ । ମହାପ୍ରଭୁଙ୍କୁ ଖଳିଲାଗି କରାଯିବ । ଗତକାଲି ଦଶମୂଳ ଔଷଧ ଲାଗି ପରେ ଏବେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ମହାପ୍ରଭୁ । ସୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଖଳିକୁ ଆଜି ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲେପନ କରାଯିବ । ଏହାସହ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ତୁଳସୀ ଲାଗି କରାଯିବ ସହ ଶ୍ରୀମନ୍ଦିରରୋ ବନ୍ଦ ହୋଇଥିବା ଘଣ୍ଟ ଘଣ୍ଟା ବାଜିବ ।
ଅନ୍ୟପଟେ ରଥଯାତ୍ରା ପାଇଁ ରଥଖଳାରେ ୩ ରଥର ନିର୍ମାଣ କାମ ଶେଷ ପର୍ଯ୍ୟାୟରେ ପହଁଚିଛି । ଗତକାଲି ରଥର ଚୁଡାରେ କଳସ ବସିଥିବା ବେଳେ ସିଂହାସନ ନିର୍ମାଣ କାମ ମଧ୍ୟ ଶେଷ ହୋଇଛି ।