ଘରୋଇ କଳିକୁ କେନ୍ଦ୍ର କରି ଦାଦାକୁ ହାଣିଲା ପୁତୁରା

ଆନନ୍ଦପୁର(କେନ୍ଯୁଜ୍): ଆନନ୍ଦପୁର ଥାନା କଣ୍ଟିପାଳ ଗାଁରେ ପୂର୍ବରୁ ଥିବା ଗରୋଇ କଳହକୁ କେନ୍ଦ୍ର କରି ଗଣେ ବୟସ୍କ ବ୍ଯକ୍ତିଙ୍କୁ ତାଙ୍କ ପୁତୁରା ଆକ୍ରମଣ କରି ଲହୁଲୁହାଣ କରିଛି। ସୂଚନା ମୁତାବକ କାଠିଆ ଦେହୁରୀ ନାମକ ବୟସ୍କ ବ୍ଯକ୍ତି ନିଜ ଘରେ ବସିଥିବା ସମୟରେ ତାଙ୍କ ପୁତୁରା ହଠାତ୍ ଉତକ୍ଷିପ୍ତ ହୋଇ ଏକ ଧାରୁଆ ଅସ୍ତ୍ରରେ ତାଙ୍କୁ ଆକ୍ରମଣ କରିଥିଲେ। ଆକ୍ରମଣ ଫଳରେ କାଠିଆ ଲହୁଲୁହାଣ ହୋଇ ସେଠାରେ ପଡିରହିଥିବା ବେଳେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଘଟଣାସ୍ଥଳରେ ଖବର ପାଇ ପୋଲିସ ପହଞ୍ଚିବା ପରେ ତଦନ୍ତ ଜାରି ରଖିଛି।

Leave A Reply

Your email address will not be published.