ସୁସ୍ଥ ତାଲିକାରେ ଯୋଡି ହେଲେ ଆଉ ୨୬୨ କରୋନା ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟବାସୀଙ୍କ ପାଇଁ  ଖୁସି ଖବର। ଆଜି ସୁସ୍ଥ ହେଲେ ଆଉ ୨୬୨  କରୋନା ଆକ୍ରାନ୍ତ । ଟ୍ବିଟ କରି ସୂଚନା ଦେଲା ସ୍ବାସ୍ଥ୍ୟ ବିଭାଗ। ଏହି  ସୁସ୍ଥ ମାନଙ୍କ ମଧ୍ୟରେ ଅଛନ୍ତି ଗଞ୍ଜାମର ୭୩ ଜଣ,ଗଜପତିର ୪୯ ଜଣ, ଜଗତସିଂହପୁରର ୨୫ ଜଣ,ରାୟଗଡାର ୧୬ ଜଣ, କଟକର ୧୫ ଜଣ, ବରଗଡର ୧୪ ଜଣ, ଖୋର୍ଦ୍ଧାର ୧୩ ଜଣ,ଭଦ୍ରକର ୧୨ ଜଣ, ପୁରୀର ୧୨ ଜଣ, କେନ୍ଦ୍ରାପଡାର ୮ ଜଣ,ସୁନ୍ଦରଗଡ ଓ ଯାଜପୁରରୁ ୪ ଜଣ ଲଖାଏଁ ସୁସ୍ଥ, ଅନୁଗୁଳ,ବାଲେଶ୍ବର,ନୟାଗଡ ଓ ନବରଙ୍ଗପୁରରୁ ୩ ଜଣ ଲଖାଏଁ ସୁସ୍ଥ, ବୌଦ୍ଧ,ଝାରସୁଗୁଡା,କଳାହାଣ୍ଡି,କୋରାପୁଟ ଓ ମୟୂରଭଞ୍ଜରୁ ଜଣେ ଲଖାଏଁ ସୁସ୍ଥ ହୋଇଛନ୍ତି ବୋଲି ଟ୍ବିଟ କରି ସୂଚନା ଦେଇଛି ସ୍ବାସ୍ଥ୍ୟ ବିଭାଗ । ଏହି ସୁସ୍ଥମାନଙ୍କୁ ମିଶାଇ ବର୍ତ୍ତମାନ ରାଜ୍ୟରେ ୬୪୮୬ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି।

ଆଜି ରାଜ୍ୟରେ ୪୫୬ ଜଣ ନୂଆ କରୋନା ଆକ୍ରାନ୍ତ ୨୪ଟି ଜିଲ୍ଲାରୁ  ଚିହ୍ନଟ ହୋଇଛନ୍ତି ।  ଏହାକୁ ମିଶାଇ ମୋଟ ଆକ୍ରାନ୍ତ ସଂଖ୍ୟା ୯୫୨୬ ଛୁଇଁଛି । ଏନେଇ ସୂଚନା ଦେଇଛନ୍ତି ସୂଚନା ଓ ଲୋକସମ୍ପର୍କ ବିଭାଗ । ରିପୋର୍ଟ ଅନୁଯାୟୀ ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୬୬ ଜଣ ଚିହ୍ନଟ ହୋଇଛନ୍ତି । ଏମଧ୍ୟରୁ ୩୦୯ ଜଣ କ୍ଵାରେଣ୍ଟିଂନ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୧୪୭ ଟି ଲୋକାଲ କେଶ ରହିଛି ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୨୯୭୨୩୪ ଜଣଙ୍କ ଟେଷ୍ଟ ସରିଥିବା ବେଳେ ୯୫୨୬ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଯାବତ ୬୨୨୪ ଜଣ ସୁସ୍ଥତା ଲାଭ କରିସାରିଥିବା ବେଳେ ୩୨୫୪ଟି ଆକ୍ଟିଭ କେସ ରହିଛି । ଗତକାଲି ୨୯୦ ଜଣ ଆରୋଗ୍ୟ ଲାଭ କରିଥିବା ନେଇ ରିପୋର୍ଟ ପ୍ରକାଶ ପାଇଥିଲା । ଆଜି ଗଂଜାମ ଜିଲ୍ଲାରୁ ସର୍ବାଧିକ ୧୬୬ ଜଣ ଚିହ୍ନଟ ହୋଇଥିବା ବେଳେ ୫୬ ଜଣ ଆକ୍ରାନ୍ତଙ୍କ ସହ ଦ୍ଵିତୀୟ ସ୍ଥାନରେ ଅଛି ଯାଜପୁର । ଯେବେକି ୩୩ କେଶ ସହ ତୃତୀୟ ସ୍ଥାନରେ ଅଛି ବରଗଡ଼ । ଗତ ୨୪ ଘଣ୍ଟା ଭିତରେ ଜଗତସିଂହପୁରରୁ ୨୩ ଜଣ, କନ୍ଧମାଳରୁ ୩ ଜଣ,

Leave A Reply

Your email address will not be published.