ନିଆରା ଅନ୍ଦାଜରେ ସୁଶାନ୍ତଙ୍କୁ ଶ୍ରଦ୍ଧାଞ୍ଜଳି, ସୌରମଣ୍ଡଳର ଏକ ତାରାକୁ ସୁଶାନ୍ତଙ୍କ ନାଁରେ ରେଜିଷ୍ଟର କଲେ ଫ୍ୟାନ୍‌

ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁକୁ ୨୧ ଦିନ ବିତିଛି। କିନ୍ତୁ ଏବେ ବି ତାଙ୍କୁ କେହି ଭୁଲିପାରିନାହାନ୍ତି। ସୁଶାନ୍ତଙ୍କ ଫ୍ୟାନ୍‌ମାନେ ତାଙ୍କୁ ମନେ ପକାଉଛନ୍ତି। ଫ୍ୟାନ୍‌ମାନେ ତାଙ୍କୁ ଭିନ୍ନ ଭିନ୍ନ ଉପାୟରେ ଶ୍ରଦ୍ଧାଞ୍ଜଳି ପ୍ରଦାନ କରୁଛନ୍ତି। ନିକଟରେ ଜଣେ ଫ୍ୟାନ୍‌ ସୁଶାନ୍ତଙ୍କୁ ଭିନ୍ନ ଢଙ୍ଗରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଫ୍ୟାନ୍‌ ଜଣକ ସୁଶାନ୍ତଙ୍କ ନାଁରେ ଏକ ତାରାର ନାମକରଣ କରିଛନ୍ତି।

Sushant Singh Rajput's fan Raksha tribute him in unique way, Shine ...

ରକ୍ଷା ନାମକ ଜଣେ ସୁଶାନ୍ତଙ୍କ ଫ୍ୟାନ୍‌ ଟ୍ଵିଟ୍‌ କରି ଏନେଇ ସୂଚନା ଦେଇଛନ୍ତି। ୟୁନାଇଟେଡ୍‌ ଷ୍ଟେଟ୍‌ରେ ରହୁଥିବା ଏହି ଫ୍ୟାନ୍‌ ଲେଖିଛନ୍ତି ‘ସୁଶାନ୍ତ ସବୁବେଳେ ତାରାଙ୍କ ବିଷୟରେ ଜାଣିବାକୁ ଇଚ୍ଛୁକ ଥିଲେ। ଏଣୁ ତାଙ୍କ ନାଁରେ ଏକ ତାରାର ନାମକରଣ କରିବାକୁ ମୁଁ ଠିକ୍‌ ଭାବିଲି। ଆପଣ ସବୁବେଳେ ଏମିତି ଚମକୁଥାନ୍ତୁ’। ଏହା ସହ ଫ୍ୟାନ୍‌ ଜଣକ ଏକ ସାର୍ଟିଫିକେଟ୍‌ର ଫଟୋ ମଧ୍ୟ ସେୟାର କରିଛନ୍ତି। ସାର୍ଟିଫିକେଟ୍‌ ଅନୁସାରେ RA.22.121 ପୋଜିସନ୍‌ରେ ଥିବା ଷ୍ଟାରଙ୍କୁ ସୁଶାନ୍ତ ସିଂହ ରାଜପୁତ ଭାବେ ନାମିତ କରାଯାଇଛି।

सुशांत को फैन ने दिया अनोखा ...

ଟ୍ଵିଟର ସୋସିଆଲ ମିଡିଆରେ ପୋଷ୍ଟଟି ଖୁବ୍‌ ଭାଇରାଲ ହେଉଛି। ସୂଚନାଯୋଗ୍ୟ ଯେ ଜୀବିତ ଥିବା ବେଳେ ସୁଶାନ୍ତ ସିଂ ରାଜପୁତ ମହାକାଶ, ଗ୍ୟାଲେକ୍ସି, ଜହ୍ନ ତାରା ଉପରେ ଗବେଷଣା କରିବାକୁ ପସନ୍ଦ କରୁଥିଲେ। ଏଣୁ ସେ ନିଜ ଛାତ ଉପରେ ୫୫ ଲକ୍ଷ ଟଙ୍କାର ଏକ ଟେଲିସ୍କୋପ୍‌ ବି ରଖିଥିଲେ। ଏଥିସହ ସୁଶାନ୍ତ ଜହ୍ନରେ ବି ଜାଗା କିଣିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.