ସାଧାରଣତଃ ପିଜୁଳି କେବଳ ସ୍ଵାଦରେ ଭରପୁର ନୁହେଁ ବରଂ ସ୍ୱାସ୍ଥ୍ୟ ପାଇଁ ମଧ୍ୟ ବହୁତ ଲାଭକାରୀ ହୋଇଥାଏ । ଅନେକ ସ୍ଥାନରେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ପ୍ରସ୍ତୁତ କରାଯାଇଥାଏ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ପିଜୁଳୀରେ ସ୍ୱାଦିଷ୍ଟ ଚଟଣି ମଧ୍ୟ ପ୍ରସ୍ତୁତ କରାଯାଇଥାଏ । ଯାହାକୁ ଆମେ ରୁଟି କିମ୍ବା ପରଟା ସହିତ ଖାଇପାରିବା ଏବଂ ଖାଇବାର ସ୍ୱାଦ ମଧ୍ୟ ଦୁଇ ଗୁଣା କରିଦେଇଥାଏ । ତାହେଲେ ଅପେକ୍ଷା କାହିଁକି ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରାଯାଏ ପିଜୁଳି ଚଟଣି ।
ଆବଶ୍ୟକୀୟ ସାମଗ୍ରୀ :
- ପିଜୁଳି ଗୋଟିଏ
- କଞ୍ଚାଲଙ୍କା
- ଧନିଆ ପତ୍ର
- ଲେମ୍ବୁ ରସ
- ଅଦା ଅଳ୍ପ
- କଳା ଲୁଣ
- ଗୋଲମରିଚ
- ଟିକିଏ ଜିରା
- ଆବଶ୍ୟକ ଅନୁସାରେ ଲୁଣ
ପ୍ରସ୍ତୁତି ପ୍ରଣାଳୀ
ପିଜୁଳି ଚଟଣି ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ପିଜୁଳୀକୁ ଭଲଭାବେ ଧୋଇ ଉପରୁ ଚୋପା ଛଡାଇ ଦିଅନ୍ତୁ । ତାପରେ ଏହାକୁ ଛୋଟ ଛୋଟ କରି କାଟିଦିଅନ୍ତୁ । ବର୍ତ୍ତମାନ ଗ୍ରାଇଣ୍ଡରରେ ପିଜୁଳି, କଞ୍ଚାଲଙ୍କା, ଜିରା, ଧନିଆ, ଲେମ୍ବୁ ରସ, ଅଦା, ଗୋଲମରିଚ ଏବଂ ଲୁଣ ପକାଇ ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରନ୍ତୁ । ବର୍ତ୍ତମାନ ଏହାକୁ ବାହାର କରି ଅଳ୍ପ ଟିକେ କଳା ଲୁଣ ଦେଇ ଭଲଭାବେ ମିଶାଇ ଦିଅନ୍ତୁ । ଏହାକୁ ଆପଣ ପରଠା କିମ୍ବା ପକୁଡି ସହିତ ଖାଇପାରିବେ ।