ପାଣିପାଗ : ପ୍ରବଳ ଗୁଳୁଗୁଳି ଡାକୁଛି ବର୍ଷାକୁ, ଛଅଟି ଜିଲ୍ଲା ପାଇଁ ‘ୟେଲୋ ଓ୍ଵାର୍ଣ୍ଣିଂ’

ଭୁବନେଶ୍ୱର (କେ ନ୍ୟୁଜ୍‌) : ଦିନରେ ଅସହ୍ୟ ଗୁଳୁଗୁଳି ସହିତ କେତେବେଳେ ଆକାଶ ମେଘାଚ୍ଛନ୍ନ ହେଉଛି ତ ପୁଣି କେତେବେଳେ ଟାଣ ଖରା । ରାଜ୍ୟର ଊପକୂଳବର୍ତ୍ତୀ ଅଞ୍ଚଳରେ ଆଜି ଏଭଳି ପାଗ ଦେଖିବାକୁ ମିଳିଛି । ତେବେ କିଛି ଜିଲ୍ଲାରେ ଝିପି ଝିପି ବର୍ଷା ହୋଇଥିବା ସୂଚନା ମିଳିଛି । ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ାରେ ସର୍ବାଧିକ ୬୨ ମିଲିମିଟର ବର୍ଷା ହୋଇଛି ।
ଅବଶ୍ୟ ଆଗାମୀ ୨୪ ଘଣ୍ଟା ମଧ୍ୟରେ ବିଜୁଳି ଘଡ ଘଡି ସହିତ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ନବରଙ୍ଗପୁର, ରାୟଗଡ଼ା,ମାଲକାନଗିରି, କୋରାପୁଟ, ଗଜପତି, ଢେଙ୍କାନାଳ ଆଦି ଜିଲ୍ଲା ପାଇଁ ପାଣିପାଗ ବିଭାଗ ପକ୍ଷରୁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଜାରି କରାଯାଇଛି । ସେହିପରି ଗଞ୍ଜାମ, ଖୋର୍ଦ୍ଧା, ନୟାଗଡ଼, କଟକ, ଅନୁଗୁଳ, ଯାଜପୁର, ଭଦ୍ରକ, କେନ୍ଦୁଝର, ମୟୁରଭଞ୍ଜ ଆଦି ଜିଲ୍ଲାର କେତେକ ସ୍ଥାନରେ କାଳବୈଶାଖୀର ସମ୍ଭାବନା ରହିଛି ।

ଆଗାମୀ ୧୫ ତାରିଖ ପର‌୍ୟ୍ୟନ୍ତ ନବରଙ୍ଗପୁର, ରାୟଗଡା, କନ୍ଧମାଳ, କଳାହାଣ୍ଡି ଓ ଗଜପତି ଜିଲ୍ଲାକୁ ‘ୟେଲୋ ଓ୍ଵାର୍ଣ୍ଣିଂ’ ଦିଆଯାଇଛି । ତେବେ ୧୩ ତାରିଖରୁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷାର ପରିମାଣ ବଢ଼ିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ମୁଖ୍ୟ ଏଚ୍‌ଆର ବିଶ୍ୱାସ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.