ସମ୍ବଲପୁର: ବନ୍ଧୁକ ଦେଖାଇ ବ୍ୟବସାୟୀଙ୍କୁ ଅପହରଣ କଲେ ଦୁର୍ବୃତ୍ତ

ସମ୍ବଲପୁର(କେନ୍ୟୁଜ୍):  ବ୍ୟବସାୟୀଙ୍କୁ ଅପହରଣ । ସମ୍ବଲପୁର ଜିଲ୍ଲା ଶାସନ ଥାନା ଅନ୍ତର୍ଗତ ବାଇପାସ୍‌ ନିକଟରୁ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣକ ହେଉଛନ୍ତି ନରେଶ ଅଗ୍ରଓ୍ଵାଲ । ଆଜି ଜମିରେ କାମ ଦେଖିବାକୁ ଯାଇଥିବାବେଳେ କିଛି ଯୁବକ ସେହି ସ୍ଥାନରେ ପହଂଚିଥିଲେ ।

୨ଜଣ ତାଙ୍କ ସହ କଥା ହେଉଥିବା ବେଳେ ଆଉ ଦୁଇଜଣ ଗାଡି ଚକାର ହାୱା ଖାଲି କରିଦେଇଥିଲେ । ଏହାକୁ ନରେଶ ପ୍ରତିବାଦ କରିବାକୁ ତାଙ୍କୁ ବନ୍ଧୁକ ଦେଖାଇ ଜୋର ଜବରଦସ୍ତ ନେଇଯାଇଥିବା ଅଭିଯୋଗ ହୋଇଛି । ଘଟଣା ଜଣାପଡିବା ପରେ ପୋଲିସ ୫ ଜଣିଆ ଟିମ୍‌ ଗଠନ କରି ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି । କେଉଁ କାରଣରୁ ଅପହରଣ କରାଯାଇ ତାହା ସ୍ପଷ୍ଟ ହୋଇନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.