Below header

କରୋନା ଶବକୁ ପୋତିବାକୁ ମେଡିକାଲ ଷ୍ଟାଫ ଆପଣାଇଲେ ଭୟଙ୍କର ଉପାୟ, ଭିଡିଓ ହେଉଛି ଭାଇରଲ

ରୋନା ସମୟରେ ଦିନକୁ ଦିନ ନୂଆ ଘଟଣା ସାମ୍ନାକୁ ଆସୁଛି। କରୋନାରେ ମୃତ୍ୟୁବରଣ କରୁଥିବା ମୃତଦେହକୁ କୌଣସି ପ୍ରକାର ସମ୍ମାନ ମିଳୁନାହିଁ। ପ୍ରତିଦିନ ବିଭିନ୍ନ ପ୍ରକାର ଘଟଣା ଦେଖିବାକୁ ମିଳୁଛି। ଏମିତି ଏକ ଘଟଣା, କର୍ଣ୍ଣାଟକ ଦେବନଗେରେରେ ଦେଖିବାକୁ ମିଳିଛି। ଯେଉଁଠି ଶବକୁ ପୋତିବା ପାଇଁ ପାଖାପାଖି ୫୦୦ ମିଟର ବାଟ ଘୋଷାଡାଯାଇଛି। ଭିଡିଓ ଭାଇରଲ ହେଲା ପରେ ସ୍ଥାନୀୟ ଲୋକ ବହୁତ କ୍ରୋଧ ସହିତ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ଏହାଛଡା ଦୋଷୀ ବିରୁଧରେ କାର୍ଯ୍ୟାନୁଷ୍ଠାନ କରିବା ପାଇଁ ଦାବି କରିଛନ୍ତି।

ଆପଣ ମଧ୍ୟ ଏହି ଭିଡିଓ ଦେଖିଲେ ନିଶ୍ଚିତ ଚମକିପଡିବେ। ଏହି ଭିଡିଓରେ ଦୁଇ ଜଣ ମେଡିକାଲ ଷ୍ଟାଫ ପିପିଇ କିଟ୍‌ ପିନ୍ଧି ଶବକୁ ଘୋଷାଡୁଛନ୍ତି। ଏହି ଶବକୁ ସ୍ଥାନୀୟ ଲୋକେ ଗାଁରେ ପୋତିବା ପାଇଁ ମନା କରିଦେଇଥିଲେ। ଏହାପରେ ମେଡିକାଲ ଷ୍ଟାଫ ଶବକୁ ନେଇ ଗାଁର ବାହାର ଅଞ୍ଚଳରେ ପୋତିବାକୁ ଯାଇଥିଲେ। କିନ୍ତୁ ଏହି ସମୟରେ ଶବକୁ କୌଣସି ସମ୍ମାନ ମିଳିନଥିଲା। ଏହି କାରଣରୁ ସ୍ଥାନୀୟ ଜିଲ୍ଲାପାଳ ଘଟଣାର କାରଣ ଦର୍ଶାଅ ନୋଟିସ ମଧ୍ୟ ଜାରି କରିଛନ୍ତି।

ଏହାପୂର୍ବରୁ ବେଲ୍ଲୋରୀରେ ଏମିତି ଏକ ଭିଡିଓ ସାମ୍ନାକୁ ଆସିଥିଲା। ଏଥିରେ ୮ଟି କରୋନା ମୃତଦେହକୁ ଗୋଟେ ପରେ ଗୋଟେ ଗାତରେ ଫୋପାଡିଦିଆଯାଇଥିଲା। ଯାହା ସୋସିଆଲ ମିଡିଆରେ ଭାଇରଲ ହେବାପରେ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.