ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା, କୋଭିଡ ୧୯ ମୃତ୍ୟୁବରଣ କଲେ ପରିବାରକୁ ମିଳିବ ଭତ୍ତା

କେନ୍ୟୁଜ୍(ବ୍ୟୁରୋ):  ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ ଘୋଷଣା। ସେମାନଙ୍କ ପରିବାରକୁ ମିଳିବ ଭତ୍ତା। କରୋନା ଡ୍ୟୁଟିରେ ଥିବା ବେଳେ କୋଭିଡ ୧୯ ମୃତ୍ୟୁବରଣ କଲେ ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ ମିଳିବ ସହାୟତା। ମୃତ୍ୟୁବରଣ କରିଥିବା ଅଙ୍ଗନବାଡ଼ି କର୍ମୀଙ୍କ ପରିବାରକୁ ମାସିକ ୭ହଜାର ୫ଶହ ଟଙ୍କା ସହାୟତା ମିଳିବ। ତାଙ୍କ ଅବସର ସମୟ ଯାଏ ଏହି ଅର୍ଥରାଶି ମିଳିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି। ସେହିପରି କରୋନାରେ ଆଶାକର୍ମୀଙ୍କ ମୃତ୍ୟୁ ଘଟିଲେ ଆଶାକର୍ମୀଙ୍କ ପରିବାରକୁ ମାସିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ସହାୟତା ମିଳିବ ବୋଲି ସେ କହିଛନ୍ତି। ମହିଳା ଓ ଶିଶୁ ବିକାଶ ବିଭାଗ, ମିଶନ ଶକ୍ତି ବିଭାଗ ଓ ଗୃହ ବିଭାଗ ପ୍ରସ୍ତାବ ଅନୁସାରେ ଅର୍ଥ ବିଭାଗ ଏନେଇ ଗାଇଡଲାଇନ ଜାରି କରିବ।

ଅଙ୍ଗନୱାଡି ଓ ଆଶାକର୍ମୀଙ୍କ ନିକଟ ସମ୍ପର୍କୀୟଙ୍କୁ ୬୦ବର୍ଷ ହେବା ଯାଏଁ ଏହି ଭତ୍ତା ଯୋଗାଇ ଦିଆଯିବ । ତେବେ ଏହା ପୂର୍ବରୁ ରାଜ୍ୟ ସରକାର କରୋନା ଯୋଦ୍ଧାଙ୍କ ମୃତ୍ୟୁ ହେଲେ ତାଙ୍କର ଅନ୍ତିମ ସଂସ୍କାର ସମ୍ପୂର୍ଣ୍ଣ ବ୍ୟବସ୍ଥା ଭିତ୍ତିରେ କରିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ | ଯେହେତୁ ଆଶା କର୍ମୀ ଓ ଅଙ୍ଗନୱାଡି କର୍ମୀ ଘର ଘର ବୁଲି ସର୍ଭେ କରୁଛନ୍ତି ତେଣୁ ସେମାନଙ୍କ ପାଇଁ ରାଜ୍ୟ ସରକାର ଆଜି ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି |

 

Leave A Reply

Your email address will not be published.